Masthead

ବାଣୀବିହାରରେ ‘ଜେଏନୟୁ’ ଝଡ଼

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବାଣୀବିହାରରେ ଜେଏନୟୁ ଅଶାନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ତୁମୁଳକାଣ୍ଡ । କ୍ୟାମ୍ପସରେ ଦେଶବିରୋଧୀ ମନ୍ତବ୍ୟ ଅଭିଯୋଗ । ଆୟୋଜକଙ୍କୁ କ୍ଲାସରୁମରେ ପୂରାଇ ଏବିଭିପି ସଂଗଠନର ଛାତ୍ରଛାତ୍ରୀ ମାଡ ମାରିଥିବା ଅଭିଯୋଗ । ସିଟିଜେନ ଫୋରମ ପକ୍ଷରୁ ରବିବାର ସକାଳେ ପିଜି କାଉନସିଲ ଅଡିଟୋରିୟମରେ ଆୟୋଜିତ ହୋଇଥିଲା ଆଲୋଚନା ଚକ୍ର । ବିଷୟ ଥିଲା- ସମ୍ବିଧାନ ଓ ଜାତୀୟ ଶିକ୍ଷାନୀତି । ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଦିଲ୍ଲୀ ଜବାହରଲାଲ୍ ୟୁନିଭର୍ସିଟିର ପ୍ରଫେସର ସୁରଜିତ ମଜୁମଦାର । ତେବେ ଏହି ଆଲୋଚନାଚକ୍ରରେ ଦେଶ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ, ମାରପିଟ୍ ।

ଆୟୋଜକଙ୍କୁ ଚାପୁଡା ମାରିଥିଲେ ଉତ୍ୟକ୍ତ ଛାତ୍ରମାନେ । କାହିଁକି ଏଭଳି ସେମାନେ କଲେ ସେ ସଂପର୍କରେ ଏବିଭିପି ଛାତ୍ରଙ୍କ ପ୍ରତିକ୍ରିୟା ଶୁଣନ୍ତୁ । ସେପଟେ ଏ ସଂପର୍କରେ ଆୟୋଜକମାନେ କହିଛନ୍ତି, ସେମାନେ କୌଣସି ଦେଶବିରୋଧୀ ମନ୍ତବ୍ୟ ଦେଇନାହାନ୍ତି । ଅଶାନ୍ତି ସୃଷ୍ଟି କରିବା ଉଦେ୍ଦଶ୍ୟରେ ଜାଣିଶୁଣି ଏଭଳି ଗଣ୍ଡଗୋଳ କରାଯାଇଛି । ଉଭୟ ପକ୍ଷ ସହିଦନଗର ଥାନାରେ ଏନେଇ ଏତଲା ଦେଇଛନ୍ତି । ଆଜି ଦିନସାରା ଚର୍ଚ୍ଚାରେ ଥିଲା ବାଣୀବିହାର । ଏ ଗଣ୍ଡଗୋଳ ପରେ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା