Masthead

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):  ସ୍ୱପ୍ନ ଥିଲା ପାଠ ପଢିବେ । ଚାକିରି କରିବେ । ଆଉ ବାପା-ମାଙ୍କ ଦୁଃଖ ଦୂର କରିବେ । ହେଲେ ସବୁ ଆଶା ଆଶରେ ହିଁ ରହିଗଲା । ଦଇବ ଦାଉ ସାଧିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦକ୍ଷିଣ ନାଡ଼ବଣି ଗ୍ରାମର ନବମ ଶ୍ରେଣୀର ଛାତ୍ରୀ କଳ୍ପନା ଖିଲାର । ବାପା ରତନ ଖିଲାର । କଳ୍ପନା କିଡ଼ନୀରୋଗରେ ପଡ଼ୀତ । ଦେହ ଖରାପ ହେବାରୁ ଝିଅକୁ ରତନ ପ୍ରଥମେ ବାଲେଶ୍ୱର ପରେ କଟକ ମେଡିକାଲରେ ଚିକିତ୍ସା କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ଝିଅର ସ୍ୱାସ୍ଥ୍ୟ ଧିରେ ଧିରେ ଖରାପ ହେବାକୁ ଲାଗିବାରୁ ଘରର ସମସ୍ତ ଜିନିଷ ବିକ୍ରି କରି ଆନ୍ଧ୍ରପ୍ରଦେଶର କୁଟପତି ସାଇ ମେଡ଼ିକାଲ ନେଇଥିଲେ । ସେଠାରୁ ଝିଅର କିଡ଼ନୀ ଖରାପ ଥିବା ଜାଣିବାକୁ ପାଇଥିଲେ । ପରେ ଝିଅକୁ ଦିଲ୍ଲୀ ଏମ୍ସ ମେଡ଼ିକାଲ ନେଇଥିଲେ ।

ବିଜୁ ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସା କରି ପାରିନଥିଲେ । ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କିଡନୀ ପ୍ରତ୍ୟାରୋପଣ ପାଇଁ ଖର୍ଚ୍ଚ ହେବ ୧୫ ଲକ୍ଷ ଟଙ୍କା । ଅର୍ଥ ନଥିବାରୁ ବାପାଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ଭଉଣୀର ଚିକିତ୍ସା ପାଇଁ ଭାଇ ମଧ୍ୟ ଏକ କ୍ୟାଣ୍ଟିନରେ କାମ କରି ପଇସା ପଠାଉଛି । ସେପଟେ ଦିନକୁ ଦିନ ବିଗିବିଡ଼ାରେ ଲାଗିଛି କଳ୍ପନାଙ୍କ ସ୍ୱାସ୍ଥ୍ୟବସ୍ଥା । ଯଦି ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି କଳ୍ପନାକୁ ସାହାଯ୍ୟ କରନ୍ତେ ତେବେ ସେ ଭଲ ହୋଇପାରନ୍ତେ । ତାଙ୍କ ସ୍ୱପ୍ନ ପୁରଣ କରି ପାରନ୍ତେ । କଳ୍ପନାଙ୍କୁ ସାହାଯ୍ୟ କରିବା ପାଇଁ ୭୭୩୫୮୮୯୨୫୯ ରେ ଫୋନ ପେ କିମ୍ବା ଗୁଗୁଲ ପେ କରିବା ପାଇଁ ଅନୁରୋଧ କରିଛନ୍ତି ବାପା ରତନ ଖିଲାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା