Masthead

ନବୀନଙ୍କୁ ନାହିଁ ପୋଲାଭରମ ଚିନ୍ତା!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡି ପାଇଁ ଜଳ କଷ୍ଟ ଭୋଗୁଛି ଓଡିÿଶା! ବନ୍ଧ ବାନ୍ଧିଦେଲା ଆନ୍ଧ୍ର, ଚାହିଁ ବସିଥିଲେ ନବୀନ! ହାତରୁ ଖସିଯିବା ପରେ କାନ୍ଦିଲେ କୁମ୍ଭୀର କାନ୍ଦଣା । ୨୪ବର୍ଷ ସରକାରରେ ରହିଲେ, ହେଲେ ଗୋଟେ ବି ବାନ୍ଧିପାରିଲେ ନି ବନ୍ଧ? ପୋଲାଭରମକୁ ନେଇ ଯେବେ ବି ପ୍ରଶ୍ନ କରୁଛି ବିଜେଡି, ସେବେ ଓଲଟା ହୋଇଯାଉଛି ଛନ୍ଦି । ଆସନ୍ତା ୨୮ ଆନେ୍ଦାଳନକୁ ନେଇ କୁନ୍ଥୁକୁନ୍ଥୁ ନବୀନ! କ’ଣ କରିବେ ନେଇପାରୁନାହାନ୍ତି ନିଷ୍ପତ୍ତି । କାହାର କାହାରି ସହ ପଡୁନି ତାଳମେଳ ।

ଦଳରେ ବିଧାୟକ ବଡ ନା ପାର୍ଟି ମୁଖପାତ୍ର ବଡ । ବିଧାନସଭାରୁ ସାଂସଦ, ପୋଲାଭରମକୁ ନେଇ ଗର୍ଜନ । ହେଲେ ଶଙ୍ଖ ଭବନରେ ମୁଖପାତ୍ର କହୁଛନ୍ତି ୨୮ରେ ନବୀନ ସାମିଲ ହେବେ କି ନାହିଁ ଏବେ ଯାଏଁ ହୋଇନି ସ୍ପଷ୍ଟ । ବିଜେଡି ପୋଲାଭରମକୁ ନେଇ ଦୋଛକିରେ ଛିଡା ହୋଇଥିବା ବେଳେ ବିଜେପି ମନେ ପକାଇଦେଇଛି ୨୪ବର୍ଷର ଶାସନ କାଳ । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି ଆମ ସରକାର ପୋଲାଭରମକୁ ନେଇ ସଚେତନ ଅଛନ୍ତି । ଆନ୍ଧ୍ର ସରକାର ବନ୍ଧ ବାନ୍ଧୁଥିଲେ ସେତେବେଳେ ବିଜେଡି କ’ଣ କରୁଥିଲା? କାହିଁକି ଚୁପ ରହିଥିଲା?

ଆଜି ଯଦି ଏ ସ୍ଥିତି ଉପୁଜିଛି ସେଥିପାଇଁ ବିଜେଡି ଦାୟୀ । ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେମିତି ବିରୋଧୀ ଦଳ ନେତାରେ ବସିବା ପରେ ବି ନବୀନଙ୍କ ଭୂମିକା ସେମିତି । ୨୦୨୪ ପରାଜୟ ପରେ ବି ଶିଖିପାରିଲାନି ବିଜେଡି । ନିଜେ ତ ପୋଲାଭରମକୁ ନେଇ କିଛି କରିପାରିଲେ ନି କିନ୍ତୁ ଯେତେବେଳେ ୧୪ ଆଦିବାସୀ କମିଟି ଏକ ହୋଇ ଲଢିବାକୁ ଯାଉଛନ୍ତି ସେଥିରେ ସର୍ମଥନ ଦେବେ କି ନାହିଁ ସେନେଇ ବି କରିପାରୁନାହାନ୍ତି ସ୍ଥିର । ଯାହାକୁ ନେଇ ଦଳରେ ବିବାଦ ନ କହିଲେ ଭଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ