Masthead

ବାରଣ୍ଡାରେ ଚାଲିଛି ସ୍କୁଲ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଶିକ୍ଷା ଜିଲ୍ଲାର ଟମକିଦାଦର ଗାଁରେ ପ୍ରାଥମିକ ଶିକ୍ଷାର ବିପର୍ୟ୍ୟସ୍ତ ଅବସ୍ଥା ଦେଖିବାକୁ ମିଳିଛି। ସ୍କୁଲ ବାରଣ୍ଡାରେ ଚାଲିଛି ପାଠ ପଢା ତାହା ପୁଣି ପାଞ୍ଚଟି କ୍ଳାସ ର ପିଲାଏ ଗୋଟିଏ ଜାଗାରେ ବସିଛନ୍ତି ଆଉ ତିନି ଜଣ ଶିକ୍ଷକ ଛାତ୍ରଙ୍କୁ ପଢ଼ାଉଛନ୍ତି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଥିବା ଏହି ସ୍କୁଲର ଶ୍ରେଣୀ ଗୃହ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ ବାରଣ୍ଡାରେ ବସାଇ ପାଠ ପଢ଼ାଉଛନ୍ତି।

ଶ୍ରେଣୀ ଗୃହ ହେଉ କି ପ୍ରଧାନ ଶିକ୍ଷକଙ୍କ କାର୍ୟ୍ୟଳୟ ସବୁ ଗୃହର କାନ୍ଥ ଆଁ କଲାଣି। ଜୀବନ ବିପଦ ଅଛି ବୋଲି ଶ୍ରେଣୀ ଗୃହ ବଦଳରେ ବାରଣ୍ଡାରେ ପାଠ ପଢା ହେଉଛି ହେଲେ ବାରଣ୍ଡାରେ ପଢ଼ି ପିଲାଙ୍କ ଭବିଷ୍ୟତ ବିପଦରେ ପଡିଯାଇଛି। ଦୀର୍ଘ ୮ମାସ ହେଲାଣି ବାରଣ୍ଡାରେ ବସି ପିଲା ପାଠ ପଢୁଛନ୍ତି । ଶ୍ରେଣୀ ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ହୋଇଥିବା ବେଳେ ନିର୍ମାଣ କାମ ବିଳମ୍ବରେ ହେଉଛି। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଯଦି ଅଳ୍ପ ଦିନରେ ହେଇ ପାରୁଛି ତାହେଲେ ଶ୍ରେଣୀ ଗୃହ କାହିଁ ହୋଇ ପାରୁନି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା