Masthead

ଭୂମିକମ୍ପରେ ବେଶୀ ଶିଶୁ ପ୍ରଭାବିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ୪୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲୋକଙ୍କୁ ପ୍ରାୟ ୯ ଦିନ ଧରି ଭଙ୍ଗା ଅଟାଳିକା ତଳୁ ଉଦ୍ଧାର ପ୍ରକ୍ରିୟା ଚାଲୁରହିଛି । ତୁର୍କୀରେ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ୍ କହିଛନ୍ତି ଯେ, ଗତ ସପ୍ତାହରେ ହୋଇଥିବା ଭୂକମ୍ପରୁ ତୁର୍କୀରେ ମୃତ୍ୟୁ ସଂଖ୍ୟା ୩୫,୪୧୮ କୁ ବୃଦ୍ଧି ପାଇଛି। ହେଲେ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ରେସ୍କ୍ୟୁ ଟିମ୍‌।

ସେପଟେ ଉଭୟ ତୁର୍କୀ ଓ ସିରିଆରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ପ୍ରଭାବିତ ହୋଇଥିବା ଜାତିସଂଘ କହିଛି। ଭୂକମ୍ପ ଫଳରେ ତୁର୍କୀର ୧୦ ସହର କ୍ଷତିଗ୍ରସ୍ତ ହୋଇଛି। ତୁର୍କୀରେ ୪୬ ଲକ୍ଷ ଏବଂ ସିରିଆରେ ମୋଟ ୨୫ ଲକ୍ଷ ଶିଶୁ ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ୟୁନିସେଫ୍‌ ମୁଖପାତ୍ର ଜେମ୍ସ ଏଲ୍‌ଡର କହିଛନ୍ତି। ଅନ୍ୟପଟେ ଅନେକ ଶିଶୁ ସେମାନଙ୍କ ଅଭିଭାବକଙ୍କୁ ହରାଇଥିବାବେଳେ ବହୁ ଲୋକଙ୍କଠାରୁ ଭୟଙ୍କର ଭୂମିକମ୍ପ ସେମାନଙ୍କ ସନ୍ତାନମାନଙ୍କୁ ଛଡ଼ାଇ ନେଇଥିବା ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା