Masthead

ମୁମ୍ବାଇ–ଗୁଜୁରାଟ ଟକ୍କରରୁ ଆରମ୍ଭ ହେବ ମହିଳା କ୍ରିକେଟ ମହାକୁମ୍ଭ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମହିଳା କ୍ରିକେଟ ମହାକୁମ୍ଭ ପାଇଁ ଶେଷ ହୋଇଛି ନିଲାମ ପ୍ରକ୍ରିୟା । ନିଲାମର ଦିନକ ପରେ ମହିଳା ପ୍ରିମିୟର ଲିଗ ଡବ୍ଲୁିଏଲ ପାଇଁ ର ପ୍ରଥମ ସଂସ୍କରଣ ମ୍ୟାଚ୍‌ ସୂଚୀ ଘୋଷଣା କରାଯାଇଛି। ମୁମ୍ବାଇ ଇଣ୍ଡିଆ ଓ ଗୁଜରାଟ ଜିଆଣ୍ଟସ ଲଢ଼େଇରୁ ଆରମ୍ଭ ହେବ WPL ୨୦୨୩ର ପ୍ରଥମ ସଂସ୍କରଣ। ମାର୍ଚ୍ଚ ୪ ତାରିଖରେ ଏହି ମ୍ୟାଚ୍‌ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଡଚଖ ୨୦୨୩ ମାର୍ଚ୍ଚ ୪ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ରବିବାର ଶେଷ ହେବ।

ମୋଟ ୫ଟି ଦଳ ଲିଗ୍‌ ପର୍ୟ୍ୟାୟରେ ୨୦ଟି ମ୍ୟାଚ୍‌ ଖେଳିବେ। ଏହାପରେ ଏଲିମିନେଟର ଓ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ପୂରା ଟୁର୍ଣ୍ଣାମେଣ୍ଟ ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ। ଉଭୟ ଭେନ୍ୟୁରେ ୧୧ଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ଗୁଡ଼ିକ ଅପରାହ୍ନ ୩.୩୦ ଓ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ମୁମ୍ବାଇ ଓ ଗୁଜରାଟ ବ୍ୟତୀତ ୟୁପି ୱାରଅର୍ଜ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡଚଖ୨୦୨୩ରେ ଭାଗ ନେଉଛନ୍ତି। ଏହି ୫ ଦଳ ସୋମବାର ଅନୁଷ୍ଠିତ ହୋଇଥିବା ନିଲାମ ପ୍ରକ୍ରିୟାରେ ନିଜ ନିଜ ଟିମର ଖେଳାଳିଙ୍କୁ କିଣିଥିଲେ। ୫ଟି ଯାକ ଟିମ ମୋଟ ୮୭ ଜଣ ଖେଳାଳିଙ୍କୁ ୫୯.୫୦ କୋଟି ଟଙ୍କାରେ କିଣିଛନ୍ତି। ଭାରତର ସ୍ମୃତି ମନ୍ଧାନା ସବୁଠାରୁ ମହଙ୍ଗା ଖେଳାଳି ଭାବେ ୩.୪୦ କୋଟି ଟଙ୍କାରେ ଆରସିବିକୁ ଯାଇଛନ୍ତି।

ବିସିସିଆଇ କହିଛି ଯେ ୨୩ ଦିନ ସମୟ ମଧ୍ୟରେ ୨୦ଟି ଲିଗ ଓ ୨ଟି ପ୍ଲେଅଫ ମ୍ୟାଚ୍‌ ଖେଳାଯିବ। ଶନିବାର(ମାର୍ଚ୍ଚ ୪) ଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ରବିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ବାଙ୍ଗାଲୋର ଓ ଦିଲ୍ଲୀ ଅପରାହ୍ନ ୩.୩୦ରେ ପରସ୍ପରକୁ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଭେଟିବେ। ସେହିପରି ସନ୍ଧ୍ୟାରେ ଡିୱାଇ ପାଟିଲ ଷ୍ଟାଡିୟମରେ ୟୁପିର ମୁକାବିଲା ଗୁଜରାଟ ସହ ହେବ। ପୂରା ଟୁର୍ଣ୍ଣାମେଣ୍ଟରେ ୪ଟି ଡବଲ ହେଡର୍ସ ମ୍ୟାଚ୍‌ ରହିବ। ବାକି ସବୁ ଦିନ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳାଯିବ।

ଲିଗ ପର୍ୟ୍ୟାୟର ଶେଷ ମ୍ୟାଚ୍‌ ୨୧ ତାରିଖରେ ୟୁପି ଓ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହେବ। ୨୪ ତାରିଖରେ ଏଲିମିନେଟର ମ୍ୟାଚ୍‌ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୨୬ରେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି