Masthead

ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ । ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ୩ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ ।

ଏହାପରେ ଭୋର ସାଢେ ୩ଟାରୁ ୧୧ଟା ଯାଏଁ ସାହାଣ ମେଲାଦର୍ଶନ ହେବ । ଦିନ ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ ପର୍ୟ୍ୟନ୍ତ ଘଣ୍ଟାଏ ଧରି ସାହାଣମେଲା ଦର୍ଶନ ହେବ । ତେବେ ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ପହୁଡ ପଡିବ । ଏହାପରେ ସନ୍ଧ୍ୟା ଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ । ଲିଙ୍ଗରାଜ ମନ୍ଦିରରେ ଏଥର ରାତି ୧୦ଟାରେ ମହାଦୀପ ଉଠିବ । ମହାଦୀପ ଉଠିବା ପରେ ଆଉ ଘଣ୍ଟା ଧରି ଭକ୍ତମାନେ ସାହାଣମେଲା ଦର୍ଶନ କରିବେ । ଏହାପରେ ଚାରିପ୍ରହର ପୂଜା, ହରିହର ଭେଟ ହେବା ସହିତ ଶେଷରେ ବଡସିଂହାର ବେଶ ହେଇ ପହୁଡ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ