Masthead

କିଏ ପିନ୍ଧିବ ଦିଲ୍ଲୀରେ ବିଜୟ ମୁକୁଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କିଏ ପିନ୍ଧିବ ଦିଲ୍ଲୀରେ ବିଜୟ ମୁକୁଟ । ବିଜେପି ନା ପୁଣି ରିପିଟ୍ କରି ଆପ୍ । ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ କାଉଣ୍ଟିଂ । ସକାଳ ୮ଟାରୁ ବିଭିନ୍ନ ଗଣତି କେନ୍ଦ୍ରରେ ମତଗଣନା ହୋଇଛି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଏବଂ ପରେ ଇଭିଏମ୍ ଗଣତି ଜାରି ରହିଛି । ପୋଷ୍ଟାଲ ବାଲାଟ୍ ଗଣତିରେ ବିଜେପି ଆଗରେ ରହିଛି । ଅରବିନ୍ଦ କେଜ୍ରିୱାଲଙ୍କୁ ପଛରେ ପକାଇ ବିଜେପି ପୋଷ୍ଟାଲ ବାଲାଟ୍ ଗଣତିରେ ଆଗରେ ରହିଛି । ସେପଟେ କାଲକାଜୀ ଆସନରେ ପଛୁଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ଫିଗର୍ ଛୁଇଁଲା ବିଜେପି ।

ସଂଖ୍ୟା ଗରିଷ୍ଠତା ୩୬ ଛୁଇଁଲା ବିଜେପି । ଦିଲ୍ଲୀର ୧୧ଟି ଜିଲ୍ଲାର ୧୯ଟି ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପଟେ ରେଜଲ୍ଟ ପୂର୍ବରୁ ୭୦ ବିଧାନସଭା ଆସନରେ ୬୯୯ ପ୍ରାର୍ଥୀ ଛାତି ଧଡ଼ଧଡ଼ ହେଲାଣି । ଫେବ୍ରୁଆରୀ ୫ ତାରିଖରେ ଗୋଟିଏ ପର୍ୟ୍ୟାୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ରାଜଧାନୀରେ ମୋଟ୍ ୬୦.୫୪ ପ୍ରତିଶତ ଭୋଟିଂ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା