Masthead

ମୁକୁଟ ପିନ୍ଧିବେନି ମହାରାଣୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋହିନୂର ମୁକୁଟ ପିନ୍ଧିବେନି ବ୍ରିଟେନର ମହାରାଣୀ କାମିଲା । ରାଜ୍ୟାଭିଷେକ ବେଳେ ରାଣୀ ଏଲିଜାବେଥଙ୍କ କୋହିନୂର ଖଚିତ ମୁକୁଟ ପିନ୍ଧିବେ ନାହିଁ । ବରଂ ତାଙ୍କ ପାଇଁ ୧୦୦ବର୍ଷ ପୁରୁଣା ଅନ୍ୟ ଏକ ମୁକୁଟ ମରାମତି କରାଯାଉଛି । ଲଣ୍ଡନ ସ୍ଥିତ ବକିଙ୍ଗହାମ୍ ପ୍ୟାଲେସ୍ ପକ୍ଷରୁ ଏହା ଘୋଷଣା କରାଯାଇଛି । ଭାରତ ସହିତ ସମ୍ପର୍କ ବିଗିଡିବା ଆଶଙ୍କାରେ ରାଜ ପରିବାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

ଏହି ନିଷ୍ପତ୍ତି ପରେ କାମିଲାଙ୍କ ପାଇଁ ରାଣୀ ମେରୀଙ୍କର ୧୦୦ ବର୍ଷ ପୁରୁଣା ମୁକୁଟ ପ୍ରସ୍ତୁତ କରାଯାଉଛି । କାମିଲାଙ୍କୁ ରାଣୀ ଭାବେ ମାନ୍ୟତା ଦେବା ପାଇଁ ଚଳିତବର୍ଷ ମେ ୬ ରେ କ୍ୱିନ କନସର୍ଟ ଆୟୋଜନ କରାଯିବ । ରାଜ୍ୟାଭିଷେକ ପରେ କାମିଲାଙ୍କୁ କ୍ୱିନ କନସର୍ଟ ନାମରେ ଜଣାଯିବ । ରାଣୀ ଏଲିଜାବେଥ ଦ୍ୱିତୀୟ ଏହି ଘୋଷଣା କରିଥିଲେ । ୭୫ ବର୍ଷୀୟା କାମିଲାଙ୍କୁ ଡଚେସ୍ ଅଫ କର୍ଣ୍ଣୱାଲ କୁହାଯାଏ । ସେ କିଙ୍ଗ ଚାର୍ଲସ-୩ଙ୍କର ଦ୍ୱିତୀୟ ପତ୍ନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା