Masthead

ଜଳ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୭୫ ହଜାର କୋଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଳ ସେଚନର ଦ୍ରୁତ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଦ୍ୱାରା ଗତଚ ଦୁଇ ବର୍ଷରେ ମୟୁରଭଞ୍ଜ ଓ ବାଲେଶ୍ନୱରରେ ଅତିରିକ୍ତ ୩୨ ହଜାର ହେକ୍ଟର ଜମିକୁ ଜଳ ସେଚନ ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଆଉ ୧୦ ହଜାର ହେକ୍ଟର ଜମିକୁ ମିଳିବ ସେଚନ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ୟ୍ୟକାରୀ କରାଯାଉଛି । ୨୫ ହଜାର ୬ଶହ ହେକ୍ଟର ଜମିକୁ ଖରିଫ ଋତୁରେ ପାଣି ଯୋଗାଇ ଦେବ ।ଗଞ୍ଜାମର ଘଟେକଶ୍ୱର ଡ୍ୟାମ, ଅନୁଗୋଳର ମଞ୍ଜୋର ସମ୍ପ୍ରସାରଣ ଓ ନୟାଗଡ଼ର କୁସୁମି ବ୍ୟାରେଜ ନିର୍ମାଣ କାମ ୨୦୨୩ରେ ଶେଷ ହେବ । ୩୦ ଜିଲ୍ଲାରେ ଆସନ୍ତା ଆର୍ଥିକ ବର୍ଷରେ ୨୦ଟି ପ୍ରକଳ୍ପ ନିର୍ମାଣ ହେବ । ଏଥିପାଇଁ ୮୫୪ କୋଟି ବରାଦ ହୋଇଛି ।

ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନାରେ ୨୦୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ପାଞ୍ଚ ମଧ୍ୟରେ ୧୭୦ ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏଥିରେ ୧୦ ହଜାର୭୫୯ କୋଟି ଖର୍ଚ୍ଚ ହୋଇଥିଲାବେଳେ ଅତିରିକ୍ତ ୨ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ମିଳିବ ଜଳ ।୨୦୨୫-୨୬ ସୁଦ୍ଧା ଅଧିକ ଏକ ଲକ୍ଷ ଗଭୀର ନଳକୂପ ସ୍ଥାପନ ପାଇଁ ୪ ହଜାର ୧୯୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଆସନ୍ତା ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଦେଢ ହଜାର ଗୋଷ୍ଠୀ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ୟ୍କାରୀ କରିବାକୁ ୪ ଶହ କୋଟି ବରାଦ ହୋଇଛ । ରାଜ୍ୟରେ ବଢି ଚାଲିଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଳ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି