ଜଳ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୭୫ ହଜାର କୋଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଳ ସେଚନର ଦ୍ରୁତ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଦ୍ୱାରା ଗତଚ ଦୁଇ ବର୍ଷରେ ମୟୁରଭଞ୍ଜ ଓ ବାଲେଶ୍ନୱରରେ ଅତିରିକ୍ତ ୩୨ ହଜାର ହେକ୍ଟର ଜମିକୁ ଜଳ ସେଚନ ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଆଉ ୧୦ ହଜାର ହେକ୍ଟର ଜମିକୁ ମିଳିବ ସେଚନ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ୟ୍ୟକାରୀ କରାଯାଉଛି । ୨୫ ହଜାର ୬ଶହ ହେକ୍ଟର ଜମିକୁ ଖରିଫ ଋତୁରେ ପାଣି ଯୋଗାଇ ଦେବ ।ଗଞ୍ଜାମର ଘଟେକଶ୍ୱର ଡ୍ୟାମ, ଅନୁଗୋଳର ମଞ୍ଜୋର ସମ୍ପ୍ରସାରଣ ଓ ନୟାଗଡ଼ର କୁସୁମି ବ୍ୟାରେଜ ନିର୍ମାଣ କାମ ୨୦୨୩ରେ ଶେଷ ହେବ । ୩୦ ଜିଲ୍ଲାରେ ଆସନ୍ତା ଆର୍ଥିକ ବର୍ଷରେ ୨୦ଟି ପ୍ରକଳ୍ପ ନିର୍ମାଣ ହେବ । ଏଥିପାଇଁ ୮୫୪ କୋଟି ବରାଦ ହୋଇଛି ।

ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନାରେ ୨୦୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ପାଞ୍ଚ ମଧ୍ୟରେ ୧୭୦ ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏଥିରେ ୧୦ ହଜାର୭୫୯ କୋଟି ଖର୍ଚ୍ଚ ହୋଇଥିଲାବେଳେ ଅତିରିକ୍ତ ୨ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ମିଳିବ ଜଳ ।୨୦୨୫-୨୬ ସୁଦ୍ଧା ଅଧିକ ଏକ ଲକ୍ଷ ଗଭୀର ନଳକୂପ ସ୍ଥାପନ ପାଇଁ ୪ ହଜାର ୧୯୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଆସନ୍ତା ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଦେଢ ହଜାର ଗୋଷ୍ଠୀ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ୟ୍କାରୀ କରିବାକୁ ୪ ଶହ କୋଟି ବରାଦ ହୋଇଛ । ରାଜ୍ୟରେ ବଢି ଚାଲିଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଳ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ