Masthead

ଜୟଙ୍କୁ ଅରୂପଙ୍କ ଧମକ, କେଉଁ ସ୍ତରରେ ରାଜ୍ୟ ରାଜନୀତି?

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ଏଇ ଯେଉଁ ଲୋକଟା କାଲି ରାତିରେ ଧକ୍କା ଧକ୍କି କଲା । ଭାଗ୍ୟଭଲ ସେ ଆମହାତରେ ପଡିନି । ଦଳିୟ କାର୍ଯ୍ୟକ୍ରମରେ ନା ନନେଇ ଜୟନାରାୟଣ ମିଶ୍ରଙ୍କୁୁ ଏପରି ଧମକ ଦେଇଛନ୍ତି ପୂର୍ବତନ ପୋଲିସ ବାବୁ ତଥା ବର୍ତ୍ତମାନର ବିଜେଡି ନେତା ଅରୂପ ପଟ୍ଟନାୟକ । ଭୁବନେଶ୍ୱରରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମରେ ଭାଷଣ ଦେଉ ଦେଉ ଏମିତି କହିଦେଲେ ପୂର୍ବତନ ପୋଲିସ କମିଶନର । ହାତରେ ପଡିଥିଲେ କଣ କରିଥାଆନ୍ତେ ଅରୂପ ? ନାଁ ନନେଇ ବିରୋଧୀ ଦଳର ନେତାଙ୍କୁ ଧମକାଉଛନ୍ତି କି ପୂର୍ବତନ ପୋଲିସ ବାବୁ ? ଭାଷଣ ବାହାନାରେ ବିରୋଧୀ ଦଳର ନେତାଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି ଅରୂପ ।

ଅରୂପଙ୍କ ଏପରି ମନ୍ତବ୍ୟ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଗତ ବୁଧବାର ସମ୍ବଲପୁରରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ଆଇଆଇସିଙ୍କ ମଧ୍ୟରେ ହୋଇଥିବା ମୁଥ ମରାମରି ପ୍ରସଙ୍ଗରେ ଅରୂପ ଏଭଳି କହିଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟରେ ଛିଡାହୋଇ ହାରିଥିବା ଅରୂପଙ୍କ ଏଭଳି ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ସେ କହିଛନ୍ତି ସେ ଜଣେ ଆଇପିଏସ ଅଫିସର ଥିଲେ, କିନ୍ତୁ ଗୁଣ୍ଡା ଭଳି କଥାବାର୍ତ୍ତା କରୁଛନ୍ତି । ସେ କେବେ ଆଇପିଏସ ନଥିଲେ ଧରାଧରି କରି ଚାକିରୀ ହାତେଇଛନ୍ତି ବୋଲି କହିଛନ୍ତି ଗୋଲକ ମହାପାତ୍ର ।

ଏଥିସହ ଜୟନାରାଣଙ୍କୁ ସାମ୍ନା କରିବାକୁ ଚ୍ୟାଲୋଞ୍ଜଞ୍ଚ ଦେଇଛନ୍ତି ଗୋଲକ । ତେବେ ଅରୂପ ପଟ୍ଟନାୟକ ୩୬ ବର୍ଷ ପୋଲିସ ଚାକିରୀ ପରେ ଚାକିରୀରୁ ଅବସର ନେଇଛନ୍ତି । ମୁମ୍ବାଇ ଭଳି ସହରରେ କମିଶନର ମଧ୍ୟ ରହିଆସିଛନ୍ତି । ବର୍ତ୍ତମାନ ବିଜୁ ଜନତା ଦଳର ଓଡିଶା ମୋ ପରିବାରର ଅଧ୍ୟକ୍ଷ ଭାବେ ଦାୟତ୍ୱ ତୁଲାଉଛନ୍ତି । ଏପରି ସ୍ଥଳେ ପୋଲିସ ବାବୁରୁ ରାଜନେତା ପାଲଟିଥିବା ଅରୂପଙ୍କ ନିୟମ କାନୁନ ଉପରେ ଯଥେଷ୍ଟ ଜ୍ଞାନ ଥିବ ।

ତା ପରେ ବି ବିରୋଧୀ ଦଳ ନେତାଙ୍କୁ ଏପରି ଖୋଲା ଧମକ ଦେବା ପଛର କାରଣ କଣ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏ ଭାଷଣ ଯଦି ସତରେ ଜୟନାରାୟଙ୍କ ପାଇଁ ଥିଲା ତେବେ ତାଙ୍କ ହାତରେ ଜୟନାରାୟଣ ଲାଗିଲେ କଣ କରିଥାନ୍ତେ ବୋଲି ଉଠିଛି ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା