Masthead

ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଧନୁ-ତୀର ଚିହ୍ନ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଶିବସେନା ଦଳର ନାଁ । ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ଶିବସେନା ଦଳର ନାମ ଓ ଚିହ୍ନ । ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଧନୁ-ତୀର ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି । ଶିବସେନାରେ କନ୍ଦଳ ପରେ ଦୁଇଟି ଗୋଷ୍ଠୀ ହୋଇଥିଲା । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟର ଦଳୀୟ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଦଳର ନାଁ ଓ ଚିହ୍ନ ଏକନାଥ ଗୋଷ୍ଠୀଙ୍କୁ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ଉଦ୍ଧବ ଠାକରେ । କହିଛନ୍ତି, ଏପରି ନିଷ୍ପତ୍ତି ନେଇ ଗଣତନ୍ତ୍ରର ହତ୍ୟା କରିଛନ୍ତି ନିର୍ବାଚନ କମିସନ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।

୧୯୯୯ରେ ଦଳର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେ ଆଣିଥିବା ଦଳୀୟ ସମ୍ବିଧାନକୁ ୨୦୧୮ରେ ସଂଶୋଧନ କରାଯାଇଛି, ଦଳର ଗଣତାନ୍ତ୍ରିକ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଇସି କହିଛନ୍ତି। ମହାରାଷ୍ଟ୍ର ଶିବସେନାରେ ବିଦ୍ରୋହର ୮ ମାସ ପରେ ଦଳର ନାମ ଓ ଚିହ୍ନକୁ ନେଇ ଏକନାଥ ଗୋଷ୍ଠୀର ଦାବିକୁ ଇସି ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଉଦ୍ଧବଙ୍କ ପାଇଁ ଏହା ଶକ୍ତ ଧକ୍କା ହୋଇଛି। ଉଦ୍ଧବଙ୍କ ବାପା ବାଲ୍‌ ଠାକ୍‌ରେ ଦଳ ପ୍ରତିଷ୍ଠା କରିଥିଲେ ମଧ୍ୟ ତାଙ୍କ ଗୋଷ୍ଠୀ ଶିବସେନା ନାଁ କିମ୍ବା ଧନୁତୀର ଚିହ୍ନରୁ ବଞ୍ଚିତ ହୋଇଛି। ଇସି କହିଛନ୍ତି ବିଦ୍ରୋହ ପରେ ଏକନାଥ ଦଳର ୭୬ ପ୍ରତିଶତ ବିଜୟୀ ଭୋଟ ସହ ବିଧାୟକମାନଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଠାକ୍‌ରେଙ୍କ ଗୋଷ୍ଠୀକୁ ଗତବର୍ଷ ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି