Before Header

ରାମନବମୀରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

0 21

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଆଜି ହେଉଛି ମର୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ । ଚୈତ୍ରମାସ ଶୁକ୍ଳ ନବମୀ ତିଥି ରାମନବମୀ ରୂପେ ପରିଚିତ ।ଏହି ଦିନ ପ୍ରଭୁ ରାମ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ସବୁବର୍ଷ ରାମନବମୀ ବେଶ୍ ଧୁମ ଧାମରେ ସାରା ଦେଶରେ ପାଳନ ହୋଇଥାଏ । ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ସମଗ୍ର ଭାରତ ପାଳିଥାଏ । ପୌରାଣିକ ଭିତ୍ତିରେ ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା ।ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ।କୂଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ ଜ୍ଝ ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯାଇ ଯଜ୍ଞ କରିବାକୁ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଏକ ଚରୁଅନ୍ନ ରାଣୀମାନଙ୍କୁ ସେବନ କରିବାକୁ କହିଲେ ।

 

ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ ପ୍ରଭୁ ଶ୍ରୀରାମ ।ତେବେ ଏଥର ବି ରାମନବମୀରେ ଶୁଭିବନି ରାମ ଭକ୍ତମାନଙ୍କ ଧୁନ । ଲାଗିବନି ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ । ଗତବର୍ଷ ଭଳି ଏବର୍ଷ ବି ଭଗବାନ ରାମଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଚଳିତ ବର୍ଷ ରାମନବମୀ ଧୁମ ଧାମରେ ପାଳନ କରିବାକୁ ସମସ୍ତେ ଆଶା ବାନ୍ଧିଥିଲେ । ହେଲେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି କରୋନା । ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ କୋଭିଡ ଭୟାବହତା ହେତୁ କଟକଣା ଅନୁଯାୟୀ ପାଳନ କରିବାକୁ ସରକରାଙ୍କ ନିର୍ଦ୍ଦେଶ ରହିଛି ।

ଏହାରି ଭିତରେ ଅନେକ ରାଜ୍ୟରେ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି ଜ୍ଝ ତେଣୁ ଏଭଳି ସ୍ଥିତିରେ ସମଗ୍ର ଦେଶରେ ରାମନବମୀ ନିରାଡମ୍ବର ଭାବରେ ପାଳନ କରାଯାଉଛି । ସେପଟେ ରାମନବମୀରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜ୍ଝ ସେହିପରି ପଵିତ୍ର ଶ୍ରୀରାମ ନବମୀର ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରି ଏହି ପବିତ୍ର ଦିନର ଶୁଭେଚ୍ଛା ଦେଇଛନ୍ତି। ସେହିପରି କୋଭିଡ ଗାଇଡ଼ ମାନିବା ସହ ନିଜର ଓ ସମାଜର ସୁରକ୍ଷା ପାଇଁ ସମସ୍ତ ନାଗରିକ ମାସ୍କ ପରିଧାନ କରିବାକୁ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.