Before Header

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

0 30

ଦ୍ୱାରକା (ବଡ଼ ଖବର ବ୍ୟୁରୋ): ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ଶୁକ୍ରବାର ସନ୍ଧ୍ୟାରେ ବିଜେପି ନେତା ତଥା ବିଜେପି କିସାନ ମୋର୍ଚ୍ଚାର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମଟିୟାଲା ଦଳୀୟ କାର୍ଯ୍ୟାଳୟରେ ଥିବାବେଳେ କିଛି ଯୁବକ ବାଇକରେ ଆସି ପାର୍ଟି ଅଫିସରେ ପଶିଥିଲେ । ପରେ ଆଖିବୁଜା ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ସୁରେନ୍ଦ୍ର କୁମାରଙ୍କ ମୃତୁ୍ୟ ହୋଇଥିଲା ।

ଦ୍ୱାରକା ଡିସିପି ଏମ୍ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଘଟଣା ସମୟରେ ସୁରେନ୍ଦ୍ର କୁମାର ନିଜ କାର୍ଯ୍ୟାଳୟରେ ଥିଲେ । ସେପଟେ ଅଭିଯୁକ୍ତଙ୍କ ଧରିବାକୁ ଏକାଧିକ ଟିମ ଗଠନ କରିଛି ପୁଲିସ । ପୁରା ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୁଲିସ ।

Leave A Reply

Your email address will not be published.