Masthead

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିରିଆରେ ମିଶାଇଲ ମାଡ଼, ସାଧାରଣ ନାଗରିକ ସମେତ ୧୫ ମୃତ । ଇସ୍ରାଏଲର ବିମାନ ଆକ୍ରମଣରେ ସିରିଆର ସାଧାରଣ ନାଗରିକ ସମେତ ୧୫ମୃତ । ଭୂକମ୍ପରେ ପ୍ରଭାବିତ ହୋଇଥିବା ସିରିଆର ରାଜଧାନୀ ଦମିସ୍କ ଉପରେ ଶନିବାର ଇସ୍ରାଏଲ ପୁଣିଥରେ ବିମାନ ଆକ୍ରମଣ କରିଛି । ମାନବାଧିକାର ସଂସ୍ଥାନ ସିରିଆନ ଅବଜରଭେଟିଭର ସୂଚନା ଅନୁଯାୟୀ, ଏକ ମିଡିଆ ରିପୋର୍ଟ ଦର୍ଶାଇଛି ଯେ ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

ଏକ ଘରୋଇ ବିଲଡିଂକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି ଇସ୍ରାଇଲ । ଯେଉଁଥିରେ ସିରିଆର ରାଜଧାନୀ ଦମିସ୍କ ସହ ଆଖପାଖ ଅଞ୍ଚଳର ଅନେକ କୋଠାଗୁଡିକର କ୍ଷତି ଘଟିଛି । ଏହା ପୂର୍ବରୁ ଶୁକ୍ରବାର ସିରିଆରେ ଭୂକମ୍ପ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସରକାରୀ ଗଣମାଧ୍ୟମ ଏହି ଆକ୍ରମଣ ପାଇଁ ଆଇଏସକୁ ଦାୟି କରିଥିଲା । ପାଲମାୟାରା ହସ୍ପିଟାଲର ନିର୍ଦ୍ଦେଶକ ଭଲିଦ ଅଡି କହିଥିଲେ, ମୃତକଙ୍କ ମଧ୍ୟରେ ୪୬ ଜଣ ସାଧାରଣ ନାଗରିକ ଥିବା ବେଳେ ୭ ସେନା ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା