Masthead

ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବକ୍ସ ଅଫିସରେ କମାଲ କରିଛି ହାଉସଫୁଲ ୫ । ମଲ୍ଟି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ ୫’ ବକ୍ସ ଅଫିସରେ ବଡ ଓପନିଙ୍ଗ କରିଛି । ୪ ବର୍ଷ ପରେ ଏହି ଫିଲ୍ସ ଅକ୍ଷୟ କୁମାରଙ୍କ ସବୁଠୁ ବଡ଼ ଓପନିଙ୍ଗ ହୋଇଛି । ଫିଲ୍ମ ରିଲିଜର ପ୍ରଥମ ଦିନରେ ୨୪ କୋଟିର ଓପନିଙ୍ଗ କଲେକ୍ସନ କରିଛି ଏହି ଫିଲ୍ମ । ଦ୍ୱିତୀୟ ଦିନ ସୁଦ୍ଧା ୪୦.୭୫ କୋଟି ଟଙ୍କା କଲେକ୍ସନ କରିସାରିଛି ହାଉସଫୁଲ ୫ । ଏହି ଫିଲ୍ମରେ ଅନେକ ଷ୍ଟାରମାନଙ୍କ ଝଲକ୍ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ୨ଟି ଭାଗ’ହାଉସଫୁଲ ୫ଏ’ ଏବଂ ’ହାଉସଫୁଲ ୫ବି’ ରେ ରିଲିଜ ହୋଇଛି । କାହିଁକିନା ଫିଲ୍ମଟି ୨ ଟି କ୍ଳାଇମାକ୍ସ ସହିତ ନିର୍ମିତ ହୋଇଛି । ଫିଲ୍ମର ଶେଷ କ’ଣ ରହିଛି ଜାଣିବାକୁ ହେଲେ ଦର୍ଶକଙ୍କୁ ଭାଗ ଭାଗ କରି ଦେଖିବାକୁ ପଡିବ । ଯାହା ଦର୍ଶକଙ୍କ ଉପରେ ନିର୍ଭର କରେ ସେମାନେ କେଉଁ ପାର୍ଟକୁ ଦେଖିବେ ।

ଏହି ଫିଲ୍ମଟିର କାହାଣୀ ସସପେନ୍ସରେ ଭରି ହୋଇ ରହିଛି । ଏଥି ସହିତ ଏହି ଫିଲ୍ମରେ ମଧ୍ୟ କମେଡି ଭରପୂର ହୋଇ ରହିଛି । ଯାହା ଦର୍ଶକଙ୍କୁ ୨ଟି ଯାକ ପାର୍ଟ ଦେଖିବାକୁ ବାଧ୍ୟ କରିଦେବ । କୁହାଯାଉଛି ଯେ, ଏହି ୨ ଘଣ୍ଟା ୪୫ ମିନିଟର ଏହି ଫିଲ୍ମରେ ଶେଷ ୨୦ ମିନିଟ୍ ଭିନ୍ନ ରହିବ । ଏହି ଫିଲ୍ମରେ ଅକ୍ଷୟଙ୍କ ଫ୍ୟାନ୍ସ ତାଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ । ଅକ୍ଷୟ କୁମାରଙ୍କ ସମେତ ରିତେଶ ଦେଶମୁଖ ଏବଂ ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, ଫରଦୀନ ଖାନ, ଶ୍ରେୟସ ତଲପଡେ, ନାନା ପାଟେକର, ଜ୍ୟାକି ଶ୍ରଫ, ଡିନୋ ମୋରିଆ, ଚଙ୍କି ପାଣ୍ଡେ ଏବଂ ଜନି ଲିଭର ମୁଖ୍ୟ ଭୂମିକାରେ ନଜର ଆସିବେ । ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନର୍ଗିସ ଫାଖରୀ, ଚିତ୍ରାଙ୍ଗଦା ସିଂହ, ସୋନମ ବାଜୱା ଏବଂ ସୌନ୍ଦର୍ୟ୍ୟା ଶର୍ମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ