Masthead

ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବକ୍ସ ଅଫିସରେ କମାଲ କରିଛି ହାଉସଫୁଲ ୫ । ମଲ୍ଟି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ ୫’ ବକ୍ସ ଅଫିସରେ ବଡ ଓପନିଙ୍ଗ କରିଛି । ୪ ବର୍ଷ ପରେ ଏହି ଫିଲ୍ସ ଅକ୍ଷୟ କୁମାରଙ୍କ ସବୁଠୁ ବଡ଼ ଓପନିଙ୍ଗ ହୋଇଛି । ଫିଲ୍ମ ରିଲିଜର ପ୍ରଥମ ଦିନରେ ୨୪ କୋଟିର ଓପନିଙ୍ଗ କଲେକ୍ସନ କରିଛି ଏହି ଫିଲ୍ମ । ଦ୍ୱିତୀୟ ଦିନ ସୁଦ୍ଧା ୪୦.୭୫ କୋଟି ଟଙ୍କା କଲେକ୍ସନ କରିସାରିଛି ହାଉସଫୁଲ ୫ । ଏହି ଫିଲ୍ମରେ ଅନେକ ଷ୍ଟାରମାନଙ୍କ ଝଲକ୍ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ୨ଟି ଭାଗ’ହାଉସଫୁଲ ୫ଏ’ ଏବଂ ’ହାଉସଫୁଲ ୫ବି’ ରେ ରିଲିଜ ହୋଇଛି । କାହିଁକିନା ଫିଲ୍ମଟି ୨ ଟି କ୍ଳାଇମାକ୍ସ ସହିତ ନିର୍ମିତ ହୋଇଛି । ଫିଲ୍ମର ଶେଷ କ’ଣ ରହିଛି ଜାଣିବାକୁ ହେଲେ ଦର୍ଶକଙ୍କୁ ଭାଗ ଭାଗ କରି ଦେଖିବାକୁ ପଡିବ । ଯାହା ଦର୍ଶକଙ୍କ ଉପରେ ନିର୍ଭର କରେ ସେମାନେ କେଉଁ ପାର୍ଟକୁ ଦେଖିବେ ।

ଏହି ଫିଲ୍ମଟିର କାହାଣୀ ସସପେନ୍ସରେ ଭରି ହୋଇ ରହିଛି । ଏଥି ସହିତ ଏହି ଫିଲ୍ମରେ ମଧ୍ୟ କମେଡି ଭରପୂର ହୋଇ ରହିଛି । ଯାହା ଦର୍ଶକଙ୍କୁ ୨ଟି ଯାକ ପାର୍ଟ ଦେଖିବାକୁ ବାଧ୍ୟ କରିଦେବ । କୁହାଯାଉଛି ଯେ, ଏହି ୨ ଘଣ୍ଟା ୪୫ ମିନିଟର ଏହି ଫିଲ୍ମରେ ଶେଷ ୨୦ ମିନିଟ୍ ଭିନ୍ନ ରହିବ । ଏହି ଫିଲ୍ମରେ ଅକ୍ଷୟଙ୍କ ଫ୍ୟାନ୍ସ ତାଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ । ଅକ୍ଷୟ କୁମାରଙ୍କ ସମେତ ରିତେଶ ଦେଶମୁଖ ଏବଂ ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, ଫରଦୀନ ଖାନ, ଶ୍ରେୟସ ତଲପଡେ, ନାନା ପାଟେକର, ଜ୍ୟାକି ଶ୍ରଫ, ଡିନୋ ମୋରିଆ, ଚଙ୍କି ପାଣ୍ଡେ ଏବଂ ଜନି ଲିଭର ମୁଖ୍ୟ ଭୂମିକାରେ ନଜର ଆସିବେ । ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନର୍ଗିସ ଫାଖରୀ, ଚିତ୍ରାଙ୍ଗଦା ସିଂହ, ସୋନମ ବାଜୱା ଏବଂ ସୌନ୍ଦର୍ୟ୍ୟା ଶର୍ମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ