ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଧାନସଭା ଅଧିବେଶନରେ ଭର୍ଚୁଆଲ ମୋଡକୁ ବିଜେପି ବିରୋଧ କରିଛି । ଅନ୍ୟ ରାଜ୍ୟରେ ନୁହେଁ, ଓଡ଼ିଶା ରେ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି। ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ ବୋଲି କହିଛନ୍ତି ଜୟନାରାୟଣ । ପାର୍ଲିଆମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ। ଓଡ଼ିଶା ବିଧାନସଭା ରେ କାହିଁକି ?ତାଙ୍କର ସଂଖ୍ୟା ଗରିଷ୍ଠତା ପାଇଁ ତାଙ୍କୁ ଗୁରୁତ୍ଵ ଦେଉଛନ୍ତି ବାଚସ୍ପତି । ତ ଆମେ କାହିଁକି ରହିବୁ । ଆମ କଥା ତ ବାଚସ୍ପତି ଶୁଣୁନାହାନ୍ତି ବୋଲି ସଙ୍ଗିନ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।