Masthead

ପ୍ରାଇଭେଟ ସ୍କୁଲ@ଗଭର୍ଣ୍ଣମେଣ୍ଟ ସ୍କୁଲ

ଔପଦା(ବଡ଼ ଖବର ବ୍ୟୁରୋ): ଶିକ୍ଷା ର ବିକାଶ ପାଇଁ ସର୍ବଦା ଯୋଜନା ପ୍ରସ୍ତୁତ କରୁଥିବା ସରକାର ପୁଣି ଥରେ ଓଡିଶାବାସୀଙ୍କୁ ମେଣ୍ଢା ବନାଇବାର ପ୍ରୟାସ କରିଛନ୍ତି । କୋଭିଡ ସମୟରେ ସମସ୍ତ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ବେଳେ ପ୍ରାଇଭେଟ ସ୍କୁଲର ଅଭିନବ ଉପାୟରେ ଶିକ୍ଷାଦାନର ବ୍ୟବସ୍ଥାରେ ଆତଙ୍କିତ ହୋଇ ଡରିଯାଇ ନୂତନ ସଂରକ୍ଷଣ ଶିକ୍ଷାନୀତି ପ୍ରଚଳନ କରି ବାହା ବାହା ନେବାର ପ୍ରୟାସ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି କୋଭିଡ଼ର ନିୟମକୁ ମାନି ଯତେବେଳେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ଏହି ସମୟରେ ସରକାରୀ ସ୍କୁଲର ପାଠପଢା ଏକରକମ ଠପ ହୋଇଯାଇଥିଲା । ମାତ୍ର ଏହି ସମୟରେ ପ୍ରାଇଭେଟ ସ୍କୁଲ ମାନଙ୍କରେ ପାଠ ପଢାଇବା ପାଇଁ ହୋଇଥିବା ବ୍ୟବସ୍ଥା ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ ଅଟେ । ସେମାନେ ବିଭିନ୍ନ ପ୍ରକାର ଆପ, ଡିଜିଟାଲ ଶିକ୍ଷା ମାଧ୍ୟମରେ ଘରେ ରହିଥିବା ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ମାତ୍ର ଏହି ସମୟରେ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାରରେ ଗତି କରୁଥିଲା । ଏଣୁ ସରକାରୀ ସ୍କୁଲ ଏବଂ ବ୍ୟବସ୍ଥା ପ୍ରତି ଅଭିଭାବକଙ୍କର ବିଶ୍ୱାସ ପ୍ରାୟତଃ ତୁଟି ଯାଇଥିଲା । ଏଥିରୁ ବଂଚିବା ପାଇଁ ସରକାର ଯେଉଁ ସଂରକ୍ଷଣ ନୀତି ଆଣିଲେ ଏହା ଛାତ୍ର ଛାତ୍ରୀମାନଙ୍କୁ ମାନସିକ ସ୍ତରରେ ଲାଞ୍ଛିତ କରିଅଛି ଏବଂ କୁନି କୁନି ପିଲାମାନଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଅଛି ।

• ସରକାର ମେଡିକାଲ ଏବଂ ଇଂଜିନିୟରିଂ ପଢିବା କ୍ଷେତ୍ରରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଇଲେ ଏହା ପାଠ ପଢିବା ନିମିତ ମାର୍କେଟିଂ କରୁଛନ୍ତି ଅର୍ଥାତ ଦୁନିଆର ମେଡିକାଲ ଓ ଇଂଜିନିୟରିଂ ବ୍ୟତୀତ ଅନ୍ୟ କୈାଣସି ପାଠ୍ୟକ୍ରମର ମୂଲ୍ୟ ନାହିଁ ।
• ସରକାରଙ୍କ ଦ୍ୱାରା ଚାଲୁଥିବା ବିଦ୍ୟାଳୟ ମାନଙ୍କରେ ମେଡିକାଲ ବା ଇଂଜିନିୟରିଂ ପଢିବା ପାଇଁ ଉପଯୁକ୍ତ ଭତ୍ତିିଭୂମି ପ୍ରସ୍ତୁତ କରିଛନ୍ତି କି ?
• ଏହି ବ୍ୟବସ୍ଥା ଦ୍ୱାରା ଜଣେ ଅଭିଭାବକ ଓ ଛାତ୍ର ପଢିବାର ସମାନତା ଅଧିକାରରୁ ବଂଚିତ ହେଉଛନ୍ତି ।
• ଅଭିଭାବକ ନିଜ ପିଲାକୁ କ୍ୱାଲିଟି ଏଜୁକେସନ ଦେବାପାଇଁ ସୁଯୋଗ ନାହିଁ ।

ଶିକ୍ଷା ସଂରକ୍ଷଣ ନିତୀ ଦ୍ୱାରା ସରକାର ସିଧାସିଧି ଭାବେ ଶିକ୍ଷାର ବ୍ୟବସ୍ଥାକୁ କୁଠାରଘାତ କରିଛନ୍ତି । କାରଣ ପ୍ରାଇଭେଟ ସ୍କୁଲର ଭିତିଭୁମି , କ୍ୱାଲିଟି ଶିକ୍ଷାରେ ଆକୃଷ୍ଟ ହୋଇ ଅଭିଭାବକମାନଙ୍କର ଅହେତୁକ ଆଗ୍ରହ ରହିଛି । ଫଳରେ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଇଭେଟ ସ୍କୁଲରେ ୫୦୦/୬୦୦ ପିଲା ପଢୁଥିବା ବେଳେ ସରକାରୀ ସ୍କୁଲ ମାନଙ୍କରେ ୧୦୦/୨୦୦ ମଧ୍ୟରେ ପିଲା ରହୁଛନ୍ତି । ଏଥିପାଇଁ ସରକାର ସମ୍ପୂର୍ଣ ମାଗଣା ଶିକ୍ଷା , ସାଇକେଲ , ମଧ୍ୟାନ୍ନ ଭୋଜନ , ଅଣ୍ଢା , ୟୂନିଫର୍ମ ,ଜୋତା ଦେଉଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଅଭିଭାବକ ରାଜି ନୁହଁନ୍ତି ଏଥିରୁ ସ୍ପଷ୍ଟ ବାରିହେଉଛି । କୈାଣସି ନା କୈାଣସି ଜାଗାରେ ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଛି ।

ପ୍ରାଇଭେଟ ସ୍କୁଲ ପ୍ରତିଷ୍ଠା ସରକାରଙ୍କ ନିୟମ ଅନୁଯାଇ ପ୍ରତିଷ୍ଠା ହୋଇଛି । ଏବଂ ବହୁ ବେକାର ଯୁବକ ଯୁବତୀମାନେ ନିୟୋଜିତ ହୋଇ ରୋଜଗାର ପାଇଛନ୍ତି । ପ୍ରାଇଭେଟ ସ୍କୁଲ ଗୁଣାତ୍ମକ ଶିକ୍ଷା ଦେବା ସହିତ ବାସ୍ତବବାଦୀ ଶିକ୍ଷା ଏବଂ ଶିକ୍ଷା ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଲାବ୍ରୋଟୋରୀ, ପିଲାମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ ପାଇଁ ବିଭିନ୍ନ ପ୍ରକାର ଶିକ୍ଷା ଯପେରିକି ଖେଳକୁଦ, କଳା, ଚିତ୍ରାଙ୍କନ, ନାଚ, ଗୀତ, ବାଦ୍ୟ, ଆତ୍ମରକ୍ଷା କୈାଶଳ ଭଳି ଶିକ୍ଷା ଦେଉଛନ୍ତି । ଫଳରେ ପାଠ ପଢିବା ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି