Masthead

ଆଦିବାସୀ ମେଳା-୨୦୨୩

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘ଆଦିବାସୀ ମେଳା-୨୦୨୩’ । ଫେବୃଆରୀ ୨୦ରୁ ମାର୍ଚ୍ଚ ୧ତାରିଖ ପର୍ୟ୍ୟନ୍ତ ଚାଲିବ ଏହି ମେଳା । ଏହିମେଳାକୁ ସନ୍ଧ୍ୟାରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏହି ମେଳାକୁ ୟୁନିଟ୍-୧ ସ୍ଥିତ ‘ଆଦିବାସୀ ପଡ଼ିଆ’ ବଦଳରେ ‘ପ୍ରଦର୍ଶନୀ ପଡ଼ିଆ’କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚଳିତ ବର୍ଷ ଏହି ମେଳା ୟୁନିଟ୍-୧ ସ୍ଥିତ ‘ଆଦିବାସୀ ପଡ଼ିଆ’ ରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଚଳିତବର୍ଷ ଫେବୃୟାରୀ ୨୦ରୁ ମାର୍ଚ୍ଚ୧ ତାରିଖ ପର୍ୟ୍ୟନ୍ତ ଆଦିବାସୀ ମେଳା ଆୟୋଜନ କରାଯାଉଛିି । ରାଜ୍ୟ ତଥା ଦେଶର ବିଭିନ୍ନ ଭାଗର ଆଦିବାସୀ ବର୍ଗର ଲୋକମାନଙ୍କୁ ନିଜର ପାରମ୍ପରିକ ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରିବାର ପ୍ଲାଟଫର୍ମ ଦେବା ଓ ବିଶେଷକରି ଆଦିବାସୀ ଏସଏଚଜିମାନଙ୍କ ନିମନ୍ତେ ଏହି ମେଳା ବେଶ୍ ଫାଇଦା ହୋଇଥାଏ । ଏହି ମେଳା ଚଳିତବର୍ଷ ୟୁନିଟ-୧ ଆଦିବାସୀ ପଡ଼ିଆରେ ହେବ । ରାଜଧାନୀରେ ଆଦିବାସୀ ହାଟ ଭଳି ପରିବେଶ ସୃଷ୍ଟି କରୁଥିବା ଏହି ପଡ଼ିଆରେ ଗତ ୨୦୧୮ ମସିହା ପରଠୁ ଆଦିବାସୀ ମେଳା ହୋଇନାହିଁ । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ