Masthead

ଆଦିବାସୀ ମେଳା-୨୦୨୩

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘ଆଦିବାସୀ ମେଳା-୨୦୨୩’ । ଫେବୃଆରୀ ୨୦ରୁ ମାର୍ଚ୍ଚ ୧ତାରିଖ ପର୍ୟ୍ୟନ୍ତ ଚାଲିବ ଏହି ମେଳା । ଏହିମେଳାକୁ ସନ୍ଧ୍ୟାରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏହି ମେଳାକୁ ୟୁନିଟ୍-୧ ସ୍ଥିତ ‘ଆଦିବାସୀ ପଡ଼ିଆ’ ବଦଳରେ ‘ପ୍ରଦର୍ଶନୀ ପଡ଼ିଆ’କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚଳିତ ବର୍ଷ ଏହି ମେଳା ୟୁନିଟ୍-୧ ସ୍ଥିତ ‘ଆଦିବାସୀ ପଡ଼ିଆ’ ରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଚଳିତବର୍ଷ ଫେବୃୟାରୀ ୨୦ରୁ ମାର୍ଚ୍ଚ୧ ତାରିଖ ପର୍ୟ୍ୟନ୍ତ ଆଦିବାସୀ ମେଳା ଆୟୋଜନ କରାଯାଉଛିି । ରାଜ୍ୟ ତଥା ଦେଶର ବିଭିନ୍ନ ଭାଗର ଆଦିବାସୀ ବର୍ଗର ଲୋକମାନଙ୍କୁ ନିଜର ପାରମ୍ପରିକ ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରିବାର ପ୍ଲାଟଫର୍ମ ଦେବା ଓ ବିଶେଷକରି ଆଦିବାସୀ ଏସଏଚଜିମାନଙ୍କ ନିମନ୍ତେ ଏହି ମେଳା ବେଶ୍ ଫାଇଦା ହୋଇଥାଏ । ଏହି ମେଳା ଚଳିତବର୍ଷ ୟୁନିଟ-୧ ଆଦିବାସୀ ପଡ଼ିଆରେ ହେବ । ରାଜଧାନୀରେ ଆଦିବାସୀ ହାଟ ଭଳି ପରିବେଶ ସୃଷ୍ଟି କରୁଥିବା ଏହି ପଡ଼ିଆରେ ଗତ ୨୦୧୮ ମସିହା ପରଠୁ ଆଦିବାସୀ ମେଳା ହୋଇନାହିଁ । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର