Masthead

ପୋଲିସ ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବାରିପଦା(ବଡ଼ ଖବର ବ୍ୟୁରୋ): ପୋଲିସ ନିର୍ଯାତନା ସହିନ ପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ପୋଲିସ ପାଖରୁ ନ୍ୟାୟ ନ ପାଇ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ପୋଲିସ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଣେ ଆଦିମ ଜନଜାତି ଯୁବକ ପୋଲିସ ର ଥାର୍ଡ ଡିଗ୍ରୀ ସହି ନ ପାରି ଆତ୍ମହାତ୍ୟା କରିଥିବା ଅଭିଯୋଗ ହୋଇଛି । ଜାନୟାରୀ ୧୭ତାରିଖ ବିଳମ୍ବିତ ରାତିରେ ଶୁଳିଆପଦା ପୋଲିସ ଥାନା ଅଧିକାରୀ ଦଳବଳ ସହ ଧାତିକା ପଞ୍ଚାୟତ ସରଦିହା ଗ୍ରାମର ରଜ ପାଣୀପାତ୍ରଙ୍କୁ ଏକ କେଶ୍ ରେ ପଚାରାଉଚାରା ପାଇଁ ଘରେ ଶୋଇଥିବା ସମୟରେ ମାଡ଼ମାରି ଜୋରଜବରଦସ୍ତ ଉଠାଇ ନେଇଥିଲେ ।

ତିନିଦିନ ଥାନାରେ ମାନସିକ ଶାରିରୀକ ନିର୍ଯାତନା ଦେଇ ଅମାନୁଷିକ ଭବେ ମାଡମାରି ଛାଡ଼ିଦେଇଥିଲେ। ପୋଲିସ୍ ର ଥାର୍ଡ ଡିଗ୍ରୀ ରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ରଜ ପାଣୀପାତ୍ର । ଜାନୁଆରୀ ୨୧ ତାରିଖ ରାତିରେ ଏକ ଗାଡ଼ିର ଶବ୍ଦ ଶୁଣି ପୋଲିସ୍ ଆସୁଛି ମୋତେ ମାରିଦେବ କହି ଏକ ଗାମୁଛ ଧରି ଦୌଡ଼ି ପଳାଇଥିଲେ । ସକାଳୁ ଏକ ଗଛରେ ବେକରେ ଗାମୁଛା ଲଗାଇ ମୃତଦେହ ଝୁଲୁଥିବାର ଲୋକେ ଦେଖିଥିଲେ। ପୋଲିସ୍ ର ନିର୍ଯାତନା ସହିନ ପାରି ଆତ୍ମହତ୍ୟା ହୋଇଛି ବୋଲି ପରିବାର ଲୋକେ କହିବା ସହିତ ମୟୂରଭଞ୍ଜ ଏସପି ଙ୍କୁ ଭେଟି ଅଭିଯୋଗ କରି ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡିତ କରିବାକୁ ଦାବି କରି ଥିଲେ ମୃତକଙ୍କ ସ୍ତ୍ରୀ।ତେବେ ପୋଲିସ ପକ୍ଷରୁ କୋଣସି ତଦନ୍ତ ନ ହେବାରୁ ମୃତକ ଙ୍କ ପତ୍ନୀ ନ୍ୟାୟ ପାଇଁ କୋର୍ଟ ର ଦ୍ବାରସ୍ଥ ହେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ