Masthead

ବିଜେପି କରୁଛି ୨୪ ପ୍ଲାନ୍, କଟକରୁ ଲଢ଼ିବେ କି ଅଶ୍ୱିନୀ?

କଟକ(ବଡ଼ ଖବର) ବିଶ୍ୱସ୍ତରୀୟ ହେବ କଟକ ରେଳ ଷ୍ଟେସନ । କଟକ ରେଳ ଷ୍ଟେସନର ବିକାଶ ପାଇଁ ୩ଶହ ୩ କୋଟିର ପ୍ୟାକେଜ । କଟକରେ କେନ୍ଦ୍ରୀୟ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ପବିତ୍ର ରାମ ନବମୀରେ ରାମ ନବମୀ ଉତ୍ସବ ପାଇଁ ପ୍ରସିଦ୍ଧ ରାଜ୍ୟର ୨ ଜିଲ୍ଲା ଭଦ୍ରକ ଓ ନୟାଗଡ଼ ମଧ୍ୟରେ ଗଡ଼ିଛି ମେମୁ ଟ୍ରେନ । ଏହାସହ ରେଭେନ୍ସାରେ ଆୟୋଜିତ ଉସବରେ ରାଜ୍ୟର ୪ କିମ୍ବଦନ୍ତୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଅଭିନେତ୍ରୀ ପାର୍ବତୀ ଘୋଷ ଓ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାଁରେ ଡାକଟିକଟ ଉନ୍ମୋଚିତ ହୋଇଥିଲା ।

କାର୍ଯ୍ୟକ୍ରମ ଅବସରରେ ଅଶ୍ୱିନୀଙ୍କ ଫୋକସରେ ସବୁଥର ଭଳି ଥିଲା କଟକ । ଅଶ୍ୱିନୀ କହିଥିଲେ କଟକ ମୋ’ କର୍ମଭୂମି । ମୁଁ ଏଠି ଜିଲ୍ଲାପାଳ ଭାବେ ନୁହେଁ, ଭାଇ ଭାବେ କାମ କରିଥିଲି । ଅଶ୍ୱିନୀ କେନ୍ଦ୍ରମନ୍ତ୍ରୀ ଭାବରେ ନିୟମିତ ବ୍ୟବଧାନରେ କରୁଛନ୍ତି କଟକ ଗସ୍ତ । ବିଭିନ୍ନ ଯୋଜନାକୁ କଟକ ପାଇଁ ଆଣୁଛନ୍ତି ଓ ନିଜକୁ ବ୍ରାଣ୍ଡିଂ ବି କରୁଛନ୍ତି । ଯାହା ରାଜନୀତି ମହଲରେ ଏକ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି । କୁହାଯାଉଛି ୨୦୨୪ରେ ଅଶ୍ୱିନୀ ଲୋକସଭା ପାଇଁ ଲଢିପାରନ୍ତି । କଟକ ଆସନକୁ ବାଛି ପାରନ୍ତି । ପ୍ରକାଶ ମିଶ୍ର ଓ ବିଜେପି ଆଡକୁ ଢଳିଥିବା ଭର୍ତ୍ତୁହରି ଅଶ୍ୱିନୀଙ୍କୁ ସହଯୋଗ କରିପାରନ୍ତି ବୋଲି କୁହାଯାଉଛି ।
ପ୍ରଶାସନ ଭାବେ କଟକର ଜିଲ୍ଲାପାଳ ଥିଲେ ଅଶ୍ୱିନୀ ବୈଷ୍ଣବ । କଟକକୁ ଭଲଭାବେ ବୁଝନ୍ତି । ଆଉ ବିଜେପି କଟକ ଜିତିବାକୁ ହେଲେ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ସ୍ମାର୍ଟ ପ୍ରାର୍ଥୀଙ୍କୁ ଫୋକସରେ ରଖିଥାଇପାରେ । ବୋଧହୁଏ ସେଥିପାଇଁ ଅଶ୍ୱିନୀ କଟକକୁ ଫୋକସରେ ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ