Masthead

ଭୂକମ୍ପ ଝଟକାରେ ଥରିଲା ଚାଇନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ତୁର୍କୀ ପରେ ଏବେ ଚାଇନାରେ ବଡ଼ ଧରଣର ଭୂକମ୍ପ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ । ଅନେକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଚାଇନା ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିନଜିଆଙ୍ଗ ଉଇଗର ସ୍ୱଂୟଶାସିତ ଅଞ୍ଚଳରେ ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି। ଏହି ଅଞ୍ଚଳଟି ତାଜିକିସ୍ତାନ ସୀମାକୁ ଲାଗିଛି। ପ୍ରଥମେ ତାକିକିସ୍ତାନରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ ସ୍ଥାନୀୟ ସମୟ ସକାଳ ୮.୩୭ରେ ଚାଇନାରେ ୭.୩ ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଛି। ବଡ଼ଧରରଣ ଭୂକମ୍ପ ସତ୍ତ୍ୱେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।

ଅନେକ ସ୍ଥାନରେ ଲୋକମାନେ ଝଟକା ପରେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଘଟଣା ଏବେ ଘଟିଥିବାରୁ ଏସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ଗୋଟିଏ ପାଣିପାଗ ସଂସ୍ଥା କହିଛି ଯେ ଇଷ୍ଟର୍ଣ୍ଣ ତାଜିକସ୍ତାନରେ ୭.୨ ତୀବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଗୋରନୋ-ବାଡାଖସାନ ଅଞ୍ଚଳରେ ରହିଛି। ଚାଇନା-ତାଜିକସ୍ତାନ ସୀମାନ୍ତ ଅଞ୍ଚଳ ହେଉଛି ଗୋରନୋ-ବାଡାଖସାନ। ଭୂପୃଷ୍ଠରୁ ୨୦.୫ କିମି ଗଭୀରେ ଭୂକମ୍ପ ସୃଷ୍ଟି ହୋଇଥିଲା। ପ୍ରଥମ ଭୂକମ୍ପ ଝଟକାର ୨୦ ମିନିଟ ପରେ ୫.୦ ତୀବ୍ରତା ଓ ୪.୬ ତୀବ୍ରତାର ଆଉ ଦୁଇଟି ଝଟକା ଲୋକମାନେ ଅନୁଭବ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ