Masthead

ଭୂକମ୍ପ ଝଟକାରେ ଥରିଲା ଚାଇନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ତୁର୍କୀ ପରେ ଏବେ ଚାଇନାରେ ବଡ଼ ଧରଣର ଭୂକମ୍ପ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ । ଅନେକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଚାଇନା ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିନଜିଆଙ୍ଗ ଉଇଗର ସ୍ୱଂୟଶାସିତ ଅଞ୍ଚଳରେ ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି। ଏହି ଅଞ୍ଚଳଟି ତାଜିକିସ୍ତାନ ସୀମାକୁ ଲାଗିଛି। ପ୍ରଥମେ ତାକିକିସ୍ତାନରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ ସ୍ଥାନୀୟ ସମୟ ସକାଳ ୮.୩୭ରେ ଚାଇନାରେ ୭.୩ ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଛି। ବଡ଼ଧରରଣ ଭୂକମ୍ପ ସତ୍ତ୍ୱେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।

ଅନେକ ସ୍ଥାନରେ ଲୋକମାନେ ଝଟକା ପରେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଘଟଣା ଏବେ ଘଟିଥିବାରୁ ଏସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ଗୋଟିଏ ପାଣିପାଗ ସଂସ୍ଥା କହିଛି ଯେ ଇଷ୍ଟର୍ଣ୍ଣ ତାଜିକସ୍ତାନରେ ୭.୨ ତୀବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଗୋରନୋ-ବାଡାଖସାନ ଅଞ୍ଚଳରେ ରହିଛି। ଚାଇନା-ତାଜିକସ୍ତାନ ସୀମାନ୍ତ ଅଞ୍ଚଳ ହେଉଛି ଗୋରନୋ-ବାଡାଖସାନ। ଭୂପୃଷ୍ଠରୁ ୨୦.୫ କିମି ଗଭୀରେ ଭୂକମ୍ପ ସୃଷ୍ଟି ହୋଇଥିଲା। ପ୍ରଥମ ଭୂକମ୍ପ ଝଟକାର ୨୦ ମିନିଟ ପରେ ୫.୦ ତୀବ୍ରତା ଓ ୪.୬ ତୀବ୍ରତାର ଆଉ ଦୁଇଟି ଝଟକା ଲୋକମାନେ ଅନୁଭବ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା