Before Header

ଜାଣନ୍ତୁ ବାଇଡେନଙ୍କ ରୋମାଞ୍ଚକ ଲଭଷ୍ଟୋରୀ ବିଷୟରେ

0 56

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ କିଛିଦିନ ତଳେ ଶାସନଭାର ହାତକୁ ନେଇଛନ୍ତି । ପ୍ରାୟତ ସମସ୍ତଙ୍କର ଗୋଟେ ଲଭ ଲାଇଫ ଥାଏ । ପ୍ରତ୍ୟେକ ଜୀବନରେ କେବେନା କେବେ ପ୍ରେମରେ ପଡିଥାନ୍ତି । ସେମିତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରେମରେ ପଡିଥିଲେ । ତେବେ ଆସନ୍ତୁ ଜାଣିବା ଜୋ ବାଇଡେନଙ୍କୁ ସେହି ରୋମାଞ୍ଚକ ଲଭ ଷ୍ଟୋରୀ ବିଷୟରେ-

୧୯୭୨ ମସିହାରେ ପ୍ରଥମଥର ସିନେଟର ଭାବରେ ନିର୍ବାଚିତ ହେବାର ମାତ୍ର ଦେଢ଼ ମାସ ପରେ ଜୋ ବାଡେନଙ୍କୁ ଏକ ହୃଦୟବିଦାରକ ଫୋନ୍ କଲ ଆସିଥିଲା । ଯାହା ବାଇଡେନଙ୍କୁ ବହୁତ କଷ୍ଟ ଦେଇଥିଲା । ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀ ନୀଲିଆ ଓ ଏକ ବର୍ଷର ଝିଅ ନାଓମୋଙ୍କୁ ହରାଇବାକୁ ପଡିଥିଲା । ତେବେ ସୌଭାଗ୍ୟ ବସତ ତାଙ୍କ ଦୁଇ ପୁଅ ଚାରି ବର୍ଷର ବିଉ ଓ ତିନି ବର୍ଷର ହଣ୍ଟର୍ ବଞ୍ଚିଯାଇଥିଲେ । ନିଜ ପତ୍ନୀଙ୍କ ମୃତ୍ୟୁ ପରେ ଜୋ ବାଇଡେନ ମାତ୍ର ୩୦ ବର୍ଷ ବୟସରେ ନିଜ ଦୁଇ ପିଲାଙ୍କର ଏକକ ପିତା ହୋଇ ଉଭର ପିଲାଙ୍କର ଲାଳନ ପାଳନ କରିଥିଲେ । ପିଲାମାନଙ୍କର ଯତ୍ନ ନେବା ପାଇଁ ତାଙ୍କୁ ପ୍ରତି ରାତିରେ ୱାଶିଂଟନରୁ ୱିଲମିଙ୍ଗଟନ୍ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ପଡୁଥିଲା ।

କିଛି ଦିନ ପ୍ରେମର ଘନିଷ୍ଠତା ପରେ ଜୋଙ୍କ ଜୀବନସାଥୀ ପାଲଟିଥିଲେ ଜିଲ୍ ଜିଲଙ୍କୁ ଜାଣିବା ପରେ ତାଙ୍କୁ ବିବାହ କରିବା ପାଇଁ ଜୋ ପାଞ୍ଚଥର ତାଙ୍କୁ ପ୍ରସ୍ତାବ ଦେଇଥିଲେ । ତାପରେ ଯାଇ ଜିଲ୍ ରାଜି ହୋଇଥିଲେ । ଜୋ ଓ ଜିଲ୍ ଉଭର ୧୯୭୭ରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ।ଏକ ସାକ୍ଷାତକାରରେ ଜିଲ୍ ତାଙ୍କର ପ୍ରଥମ ଡେଟକୁ ସ୍ମରଣ କରି କହିଥିଲେ, ‘‘ମୁଁ ସେତେବେଳେ ଜିନ୍ସ ଓ ଟି-ସାର୍ଟ ପିନ୍ଧୁଥିବା ଲୋକଙ୍କୁ ଡେଟ୍ କରୁଥିଲି । ଜୋ ମୋ ପାଖକୁ ଆସିବା ସମୟରେ ଏକ ସ୍ପୋର୍ଟ୍ କୋଟ୍ ଓ ଲୋଫର୍ ଜୋତା ପିନ୍ଧିଥିଲେ । ତାଙ୍କୁ ଦେଖି ମୁଁ ଭାବିଲି ଶହ ଶହ ବର୍ଷ ମଧ୍ୟରେ ବି ଆମର ବିବାହ ହେବ ନାହିଁ । ଜୋ ମୋ ଠାରୁ ନଅ ବର୍ଷ ବଡ ଥିଲେ । କିନ୍ତୁ ଆମେ ଦୁହେଁ ବନ୍ଧୁ ହୋଇଯାଇଥିଲୁ । ମୁଁ ହଠାତ ରାତି ଗୋଟାଏ ବେଳେ ମାଙ୍କୁ ଡାକି ଉଠାଇଲି ଓ କହିଲି, ମା, ମୁଁ ଜଣେ ଉତ୍ତମ ଲୋକଙ୍କୁଙ୍କୁ ପାଇଛି । ତା ପରେ ଜୋ ଓ ଜିଲ୍ ନିଜ ସମ୍ପର୍କକୁ ଗୁରୁତ୍ୱର ସହ ନେଇଥିଲେ । ଜିଲ୍ ଜୋଙ୍କ ପିଲାମାନଙ୍କର ଯତ୍ନ ନେବା ଆରମ୍ଭ କରିଦେଇଥିଲେ । ଜିଲ୍ କହିଥିଲେ, ଜୋ ବିଳମ୍ବିତ ରାତି ପର୍ୟ୍ୟନ୍ତ କାମ କରୁଥିଲେ । ମୁଁ ରାତ୍ରି ଭୋଜନ କରି ପିଲା ଦୁଇ ଜଣଙ୍କୁ ଖାଇବାକୁ ଦେଇ ଶୁଆଇଦେଉଥିଲି । ଜୋ ବେଳେବେଳେ ପିଲାମାନଙ୍କୁ ସ୍କୁଲରୁ ଆଣିବାରେ ସାହାଯ୍ୟ କରୁଥିଲେ । ଆମେ ଦୁହେଁ ସନ୍ଧ୍ୟାରେ ଟିଭି ଦେଖୁଥିଲୁ । କିନ୍ତୁ ପିଲା ଦୁଇ ଜଣଙ୍କୁ ଓ ଜୋଙ୍କୁ ଭଲ ପାଇବା ସତ୍ତ୍ୱେ ଜିଲ୍ ତାଙ୍କ ବିବାହ ପ୍ରସ୍ତାବକୁ ପାଞ୍ଚ ଥର ପ୍ରତ୍ୟାଖ୍ୟାନ କରିଥିଲେ । ଜୋ ବାଇଡେନଙ୍କୁ ଭେଟିବା ପୂର୍ବରୁ ଜିଲ୍ ମଧ୍ୟ ପୂର୍ବରୁ ଥରେ ବିବାହ କରିଥିଲେ । ସେ ତାଙ୍କର ପ୍ରଥମ ସ୍ୱାମୀ ବିଲ୍ ଷ୍ଟିଭେନ୍ସନଙ୍କ ସହ ଡେଲାୱେର୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ । ହେଲେ ସେମାନେ ବିବାହର ମାତ୍ର ଚାରି ବର୍ଷ ପରେ ୧୯୭୪ ମସିହାରେ ଅଲଗା ହୋଇଯାଇଥିଲେ । ନିଜ ପ୍ରଥମ ସ୍ୱାମୀ ବିଲ୍ ଷ୍ଟିଭେନ୍ସନଙ୍କ ଠାରୁ ଅଲଗା ହେବା ପରେ ଜିଲ୍ ଆଉ ଥରେ ବିବାହ ବିଷୟରେ ସାବଧାନ ହୋଇଯାଇଥିଲେ । ଜିଲ୍ ନିଜ କ୍ୟାରିଅରକୁ ଭଲ ପାଉଥିଲେ ଓ ରାଜନୈତିକ ଜୀବନସାଥୀଙ୍କୁ ପାଇ ତାହା ହରାଇବେ ବୋଲି ଭୟ କରୁଥିଲେ ।

 

 

ହେଲେ ଜୋଙ୍କ ଦୁଇ ପିଲାଙ୍କୁ ଲାଳନପାଳନ କରିବାରେ ଜିଲ୍ ଖୁବ୍ ଆଗ୍ରହ ଓ ନିଷ୍ଠା ଦେଖାଉଥିଲେ । ସାକ୍ଷାତକାରରେ ଜିଲ୍ କହିଥିଲେ, ଜୋଙ୍କ ପ୍ରତ୍ୟେକ ବିବାହ ପ୍ରସ୍ତାବ ଉପରେ ମୁଁ କହୁଥିଲି ଏବେ ନୁହେଁ । କିନ୍ତୁ ପରେ ମୁଁ ଭାବିଲି ଯେ ଯେହେତୁ ମୁଁ ତାଙ୍କର ଦୁଇ ପୁଅଙ୍କୁ ଖୁବ୍ ଭଲପାଉଥିଲି ତେଣୁ ତାଙ୍କ ସହ ମୋ ବିବାହ ନିଶ୍ଚିତ ସଫଳ ହେବ । ଶେଷରେ ଜିଲ୍ ଓ ଜୋ ବାଇଡେନ ୧୯୭୭ରେ ବିବାହ କରିଥିଲେ । ଉଭୟ ହନିମୁନରେ ଯିବା ବେଳେ ଦୁଇ ପୁଅଙ୍କୁ ବି ସାଙ୍ଗରେ ନେଇଥିଲେ । ୧୯୮୧ ମସିହାରେ ସେମାନଙ୍କର ଆଶଲେ ନାମକ ଏକ ଝିଅ ଜନ୍ମ ହୋଇଥିଲା । ସେହି ବର୍ଷ ଜିଲ୍ ମାଷ୍ଟର ଅଫ୍ ଏଜୁକେସନ୍ ଡିଗ୍ରୀ ହାସଲ କରିଥିଲେ । ଝିଅକୁ ଜନ୍ମ ଦେବାର ଅନେକ ବର୍ଷ ପରେ ସେ ଇଂରାଜୀ ବିଷୟ ପଢ଼େଇବାକୁ ସ୍ଥିର କରିଥିଲେ । ସେ ଇଂରାଜୀରେ ଏମ୍.ଏ. ପଢ଼ିବା ଜାରି ରଖିଥିଲେ ଓ ୧୯୮୭ରେ ସେ ଏମ୍.ଏ. ଡିଗ୍ରୀ ହାସଲ କରିଥିଲେ ।

ଜୋ ବାଇଡେନ୍ ଦୁଇ ଦଶକ ସିନେଟର୍ ରହିବା ପରେ ୧୯୮୮ରେ ପ୍ରଥମ ଥର ରାଷ୍ଟ୍ରପତି ପଦର ଦୌଡ଼ ପାଇଁ ନିଜକୁ ଡେମୋକ୍ରାଟିକ୍ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଜିଲ୍ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପ୍ରଚାର କରିଥିଲେ, କିନ୍ତୁ ସେହି ପ୍ରୟାସ ସଫଳ ହୋଇପାରିଲା ନାହିଁ ଓ ଜୋଙ୍କୁ ନିଜ ଦାବି ପ୍ରତ୍ୟାହାର କରିବାକୁ ପଡିଥିଲା । ବାଇଡେନ ଦମ୍ପତି ନିଜ କ୍ୟାରିୟର ସମ୍ବନ୍ଧରେ ନିଜସ୍ୱ ପଥରେ ଚାଲିଥିଲେ । ଜିଲ୍ ପିଲାମାନଙ୍କର ଯତ୍ନ ନେବା ସହ ଶିକ୍ଷାଦାନ ଜାରି ରଖିଥିଲେ ।

Leave A Reply

Your email address will not be published.