Masthead

୩,୫୦୦ ଭାଜପା କର୍ମୀଙ୍କ ନାଁରେ ମାମଲା ରୁଜୁ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ୩,୫୦୦ ଭାଜପା କର୍ମୀଙ୍କ ବିରୋଧରେ ମାମଲା ରୁଜୁ । ତାମିଲନାଡ଼ୁରେ ଡିଏମ୍‌କେ କାଉନ୍‌ସିଲରଙ୍କ ମାଡ଼ରେ ପ୍ରାଣ ହରାଇଥିବା ଯବାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୩,୫୦୦ ଭାଜପା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଜପା ନେତା ଓ କର୍ମୀ ବିନା ଅନୁମତିରେ କ୍ୟାଣ୍ଡେଲ୍‌ ଲାଇଟ୍‌ ମାର୍ଚ୍ଚ କରିଥିବା ଚେନ୍ନାଇର ଜଣେ ପୋଲିସ ଅଫିସର କହିଛନ୍ତି। ରାଜ୍ୟ ଭାଜପା ସଭାପତି ଅନ୍ନାମଲାଇଙ୍କ ଅଧ୍ୟକ୍ଷତାରେ ପାର୍ଟି ନେତା ଓ କର୍ମୀ ମଙ୍ଗଳବାର ହଙ୍ଗର ଷ୍ଟ୍ରାଇକ୍‌ ସାଙ୍ଗକୁ କ୍ୟାଣ୍ଡେଲ ଲାଇଟ୍‌ ମାର୍ଚ୍ଚ କରିଥିଲେ।

ଏ ନେଇ ବୁଧବାର ଆନ୍ନାମଲାଇ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀ ରାଜଭବନରେ ରାଜ୍ୟପାଳ ଆର୍‌.ଏନ୍‌. ରାବିଙ୍କୁ ଭେଟିଛନ୍ତି। ରାଜ୍ୟରେ ସେନା କର୍ମଚାରୀ ଅସୁରକ୍ଷିତ ଥିବାବେଳେ ଏ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ମୃତକଙ୍କ ପରିବାରକୁ ସରକାରୀ ଚାକିରି ଦେବା ଲାଗି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଅନୁସାରେ ଗତ ୮ରେ ପାଣି ଟାଙ୍କି ନିକଟରେ କପଡ଼ା ଧୋଇବା ନେଇ ଯବାନ ପ୍ରଭୁ ଏବଂ ଡିଏମ୍‌କେ କାଉନ୍‌ସିଲର ଚିନ୍ନାସାମିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଚିନ୍ନାସାମିଙ୍କ ସମର୍ଥକମାନେ ପ୍ରଭୁଙ୍କୁ ପିଟିଥିଲେ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରଭୁଙ୍କ ମୃତ୍ୟୁ ଘଟିଥିଲା। କାଉନ୍‌ସିଲରଙ୍କ ସମେତ ପୋଲିସ ୯ ଜଣଙ୍କୁ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା