ଯଦି ମୁଁ ଅପରାଧୀ, ମୋ ନାଁରେ ଚାର୍ଜସିଟ୍ କରନ୍ତୁ : ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶୂନ୍ୟକାଳରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ । ବିଧାନସଭା ବାହାରେ ଶାସକ ଦଳର ବିଧାୟକମାନେ ମୋ ନାଁରେ ବହୁତ କିଛି କହିଛନ୍ତି । ତେଣୁ ମୁଁ ବିଧାନସଭାରେ ଏହା କହିବା ପାଇଁ ବାଧ୍ୟ ହେଉଛି। ଯଦି ମୁଁ ଅପରାଧୀ ତେବେ ମୋ ନାଁ ରେ ଆପଣ ଚାର୍ଜସିଟ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ । ଆସନ୍ତୁ ମୋ ସହ ଖୋଲା ବିତର୍କ କରନ୍ତୁ। ବିଜେପୁର ନିର୍ବାଚନ ସମୟରେ ଶାସକ ଦଳ ନିର୍ବାଚନ ଜିତିବା ପାଇଁ କିପରି ଜଣଙ୍କୁ ହତ୍ୟା କରିଥିଲା ତାହାର ଟେପ ବା ପ୍ରମାଣ ବି ଦେଇ ଦେବି । ମୋତେ କୁହା ଯାଉଛି ମୁଁ ଅଭ୍ୟାସଗତ ଅପରାଧୀ ବୋଲି କିନ୍ତୁ ଶାସକ ଦଳର ବିଧାୟକ ଙ୍କ ନାଁ ରେ ଅନେକ କେସ ରହିଛି ତାହା କହୁଛି ।

୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ଟି କେସ ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁ ରେ ୩୦୭, ୨ ଜଣଙ୍କ ନାଁ ରେ ୩୯୫ ଡକାୟତି, ୯ ଜଣ ଙ୍କ ନାଁ ରେ ୩୭୯ ଚୋରି, ୪ ଜଣ ଙ୍କ ନାଁ ରେ ୧୭୧ ଲାଞ୍ଚ ନେବା,୨୮ ଜଣ ଙ୍କ ନାଁ ରେ ୫୦୬ ଧମକ, ୫ ଜଣଙ୍କ ନାଁ ରେ ୩୫୪ ମହିଳା ଅସଦାଚରଣ, ଜଣଙ୍କ ନାଁ ରେ ୩୭୬ ବଳତ୍କାର , ୪ ଜଣଙ୍କ ନାଁ ରେ ୩୬୫ ବା ୩୬୩ ଅପହରଣ ଭଳି ମାମଲା ରହିଛି। ସୌମ୍ୟ ପଟ୍ଟନାୟକଙ୍କ ନାଁ ରେ ୧୯ ଟି କେସ ରହିଛି ।

ତାଳଚେର ବିଧାୟକଙ୍କ ନାଁ ରେ ୨୯ ଟି କେସ ରହିଛି । ମନ୍ତ୍ରୀ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଲେ ଜୟ ନାରାୟଣ। ନିଜ କେସ ପ୍ରସଙ୍ଗ ଉଠାଇ କହିଲେ ଜଣେ ପୋଲିସ କେଉଁଠି ଥିବ ଆସି କି ଗୋଡ଼ ଦଳି ଦେବ ଆଉ ମୁଥା ମାରିବ । ଆଉ କେସ ମାଡ଼ ଖାଇ ଥିବା ଲୋକ ନାଁ ରେ ହେବ । ସେ ପୁଣି ବିରୋଧୀ ଦଳ ନେତାଙ୍କ ଭଳି ଜଣେ ସମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ । ମୁଁ ଯଦି ସାମାନ୍ୟତମ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବି କିଏ ପ୍ରମାଣ କରିଦେବ ତେବେ ମୁଁ ରାଜନୈତିକ ଜୀବନ ରୁ ଓହରିଯିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’