Masthead

“ମ୍ୟାଡାମଙ୍କ କଥାରେ ମୁଁ ଆମ୍ବୁଲାନ୍ସକୁ ଅଟକାଇଥିଲି”

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମ୍ୟାଡାମଙ୍କ କଥାରେ ମୁଁ ଆମ୍ବୁଲାନ୍ସକୁ ଅଟକାଇଥିଲି । ପୋଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛି ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଡ୍ରାଇଭର । ସୌମ୍ୟ ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ପୋଲିସ । ସୌମ୍ୟଙ୍କୁ କଟକ ନେଇଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ଜେରା କରିଛି ପୋଲିସ । ଏହି ସମୟରେ ପୋଲିସ ଆଗରେ ବାଟରେ କେତେ ଥର ଆମ୍ବୁଲାନ୍ସ ରଖିଥିଲେ ସେ ନେଇ ତଥ୍ୟ ରଖିଛନ୍ତି ।

ଫରେଷ୍ଟ ଛକ ନିକଟରେ ଯେଉଁ ଘଣ୍ଟାଏ ଗାଡି ଅଟକିଥିବା କୁହାଯାଉଛି ତାକୁ ସେ ଖଣ୍ଡନ କରିଛନ୍ତି । ଜଣେ ପୋଲିସ ମ୍ୟାଡମ କହିବାରୁ ସେ ୧୫ମିନଟ ଗାଡିକୁ ସେଠାରେ ଅଟକାଇଥିଲେ । ବିଦ୍ୟାଭାରତୀ ଲୁଗାପଟା ଧରି ଆସୁଥିବାରୁ ସେଠାରେ ଗାଡ଼ିକୁ ଅଟକାଇବା ପାଇଁ ପୋଲିସ ମ୍ୟାଡମ ଜଣକ କହିଥିବା ଡ୍ରଇଭର କହିଛି । ଖାଲି ସେତିକି ନୁହେଁ ବାଟରେ ଆଉ ତିନି ଥର ମଧ୍ୟ ଆମ୍ବୁଲାନ୍ସ ଅଟକିଥିବା ନେଇ ସେ ପୋଲିସଙ୍କୁ ସୂଚନା ଦେଇଛନ୍ତି ।

ଗୋସାଣିରେ ଥରେ ଓ ଗୋପାଳପୁର ଛକରେ ମ୍ୟାଡମ କହିବାରୁ ସେ ଆମ୍ବୁଲାନ୍ସକୁ ଅଟକାଇଥିବା କହିଛନ୍ତି । ଗୋପାଳପୁର ଛକରୁ ସୌମ୍ୟଙ୍କୁ କଟକ ନେବା ପାଇଁ ବିଦ୍ୟାଭରତୀ କହିଥିବା ଡ୍ରାଇଭର କହିଛି । ଗାଡି କେଉଁ କେଉଁ ଯାଗାରେ ଅଟକିଛି ତାରା ପୁରା ଜିପିଏସ ଟ୍ରାକ ହୋଇ ରହିଛି ବୋଲି ସେ କହିଛି । ଏହା ସହ ଆମ୍ବୁଲାନ୍ସ ପଛରେ ଆଉ ଏକ ବୋଲେରୋ ମଧ୍ୟ ଗୋପାଳପୁର ପର୍ଯ୍ୟନ୍ତ ଅସିଥିବା ସେ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ