Masthead

ଝୁଣ୍ଟି ପଡ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଝୁଣ୍ଟି ପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପୋଲାଣ୍ଡ୍‌ର ୱାର୍‌ସରେ ‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଚଢ଼ିବା ବେଳେ ସେ ଝୁଣ୍ଟି ପଡ଼ିଛନ୍ତି। ଏହାପରେ ଆଉ ଗୋଟିଏ ପାହାଚର ଆଶ୍ରା ନେଇ ସମ୍ଭାଳି ଉପରକୁ ଉଠୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବିମାନ ଉପରକୁ ଯାଇ ସେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି । ୟୁକ୍ରେନ୍ ଓ ପୋଲାଣ୍ଡ ଗସ୍ତ ସାରି ୱାସିଂଟନ୍ ଡିସିକୁ ଫେରିବା ବେଳେ ଏହି ଘଟଣା ଘଟିଛି। ବାଇଡେନ୍‌ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଭଳି ଝୁଣ୍ଟିବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ସେ ପାହାଚ ଚଢ଼ିବା ଓ ଓହ୍ଲାଇବା ବେଳେ ଅନେକ ଥର ଝୁଣ୍ଟିଛନ୍ତି। ଏପରି କି ତଳେ ପଡି ମଧ୍ୟ ଯାଇଛନ୍ତି। ପ୍ରାୟ ଦୁଇ ବର୍ଷ ତଳେ ‘ଜଏଣ୍ଟ୍ ବେସ୍ ଆଣ୍ଡ୍ରିଉଜ୍‌’ରେ ଜୋ ବାଇଡେନ୍ ଏମିତି ପଡ଼ିଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା