Masthead

ସୁଶାନ୍ତ ସିଂଙ୍କ ବିରୋଧରେ ସାଲୁଜାଙ୍କ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର(ବଡ଼ ଖବର) : ଗୃହରେ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ନେଇ ଆଲୋଚନା ବେଳେ ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଥିଲେ କେଉଁ କାରଣ ପାଇଁ ନବ ଦାସଙ୍କୁ ହତ୍ୟା କରାଯାଇଛି ତଦନ୍ତ ହେଉ । ଫ୍ଲାଏ ଆସ ପାଇଁ, ନା ଜମି ପାଇଁ ନା ବ୍ୟବସାୟୀକ ଶତ୍ରୁତା ପାଇଁ ନା ସାମ୍ରାଜ୍ୟ ଦଖଲ ପାଇଁ ତାହା ତଦନ୍ତ ହେଉ । ରାଜନୀତି କରାନଯାଉ । ଏସଆଇଟି ଗଠନ କରି ତଦନ୍ତ ହେଉ। ଉଭୟ ଦୋଷୀ ଓ ଦୋଷୀ ପଛରେ ଥିବା ବ୍ୟକ୍ତିକୁ ଫାଶୀ ଦିଆଯାଉ । ନବ ଦାସ ହତ୍ୟାକାଣ୍ଡକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ସାଲୁଜା । ଫ୍ଲାଏ ଆସକୁ ନେଇ ଉଭୟ ନବ ଓ ସୁଶାନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ସହିତ ସାଧାରଣ ନିର୍ବାଚନରେ ବି ଝାରସୁଗୁଡାରେ ନବଙ୍କୁ ହରାଇ ପାଇଁ ସୁଶାନ୍ତ ଗୁଣ୍ଡା ଆଣି ଯୋଜନା କରିଥିଲେ ବୋଲି ତାଙ୍କୁ ନବ କହିଥିବା କହିଲେ ସାଲୁଜା। ସେହିପରି ପାଇକମାଳରେ ନବଙ୍କ ଦାୟିତ୍ୱରେ ଥିବା ଅଞ୍ଚଳର ଭୋଟ କମେଇବା ପାଇଁ ସୁଶାନ୍ତ କାର୍ଯ୍ୟ କରିଥିଲେ ବୋଲି ନବ ସାଲୁଜାଙ୍କୁ କହିଥିଲେ ବୋଲି ଗୃହରେ ବିବୃତି ରଖିବା ବେଳେ କହିଛନ୍ତି ସାଲୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ