Masthead

ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ, ସବୁଠି ବିଜେଡିର ବାଜିମାତ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ସବୁଠି ବିଜେଡିର ବିଜୟ ହୋଇଛି । ଜି.ଉଦୟଗିରି, ଚିକିଟି, ଜଗତସିଂହପୁର ଓ ଯୋଡ଼ାରେ ହୋଇଥିଲା ଭୋଟ । ସବୁ ଅଂଚଳରେ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ଟକ୍କର । କିନ୍ତୁ ଜଗତସିଂହପୁରରେ ୧ ଭୋଟରେ ହାରିଲା କଂଗ୍ରେସ । ଜିଲ୍ଲାରେ ୪୦୬ ଖଣ୍ଡ ଭୋଟ ପାଇଛି ହାତ । ବିଜେଡି ପାଇଛି ୪୦୭ଟି ସମର୍ଥନ । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ଘୋଷିତ ହୋଇଛନ୍ତି ।

ବିଜେଡିକୁ ୪୦୭ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୪୦୬ ଏବଂ ବିଜେପିକୁ ୨୧ ମିଳିଥିଲା । ନୋଟାରେ ଗୋଟିଏ ଭୋଟ ପଡ଼ିଥିଲା । ସେହିପରି ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି । ଜି. ଉଦୟଗିରି ଏନଏସିରେ ମଧ୍ୟ ବିଜେଡିର ବାଜିମାତ୍ ।

ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବିଜୟୀ ହୋଇଛନ୍ତି । ଦେବସ୍ମିତାଙ୍କୁ ୩୧୧୧ ଖଣ୍ଡ ଭୋଟ ବିଜେପିର ରଂଜିତା ନାୟକଙ୍କୁ ୭୫୬ ଖଣ୍ଡ ଭୋଟ ଓ କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି । ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ବିଜେଡିର ଶୁଭମ୍ ନାଏକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼