ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ, ସବୁଠି ବିଜେଡିର ବାଜିମାତ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ସବୁଠି ବିଜେଡିର ବିଜୟ ହୋଇଛି । ଜି.ଉଦୟଗିରି, ଚିକିଟି, ଜଗତସିଂହପୁର ଓ ଯୋଡ଼ାରେ ହୋଇଥିଲା ଭୋଟ । ସବୁ ଅଂଚଳରେ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ଟକ୍କର । କିନ୍ତୁ ଜଗତସିଂହପୁରରେ ୧ ଭୋଟରେ ହାରିଲା କଂଗ୍ରେସ । ଜିଲ୍ଲାରେ ୪୦୬ ଖଣ୍ଡ ଭୋଟ ପାଇଛି ହାତ । ବିଜେଡି ପାଇଛି ୪୦୭ଟି ସମର୍ଥନ । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ଘୋଷିତ ହୋଇଛନ୍ତି ।

ବିଜେଡିକୁ ୪୦୭ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୪୦୬ ଏବଂ ବିଜେପିକୁ ୨୧ ମିଳିଥିଲା । ନୋଟାରେ ଗୋଟିଏ ଭୋଟ ପଡ଼ିଥିଲା । ସେହିପରି ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି । ଜି. ଉଦୟଗିରି ଏନଏସିରେ ମଧ୍ୟ ବିଜେଡିର ବାଜିମାତ୍ ।

ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବିଜୟୀ ହୋଇଛନ୍ତି । ଦେବସ୍ମିତାଙ୍କୁ ୩୧୧୧ ଖଣ୍ଡ ଭୋଟ ବିଜେପିର ରଂଜିତା ନାୟକଙ୍କୁ ୭୫୬ ଖଣ୍ଡ ଭୋଟ ଓ କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି । ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ବିଜେଡିର ଶୁଭମ୍ ନାଏକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ