Masthead

ଚନ୍ଦ୍ର-ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଖାଲି ଆଖିରେ ଦେଖିହେବ ବିରଳ ଦୃଶ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ପଶ୍ଚିମାକାଶରେ ମହାଜାଗତିକ ଦୃଶ୍ୟ । ଜଗତ ଦେଖିବ ଚନ୍ଦ୍ର-ବୃହସ୍ପତି-ଶୁକ୍ରଙ୍କ ମହାମିଳନ । ଜହ୍ନର ନିକଟତର ହେଉଛି ବୃହସ୍ପତି । ତଳକୁ ରହିଛି ଶୁକ୍ର । ସଂଧ୍ୟା ହେଉ ହେଉ ପୃଥିବୀ ଆକାଶରୁ ସ୍ପଷ୍ଟ ଦେଖିହେଉଛି ମହାକାଶର ଏହି ଅଭୂତପୂର୍ବ ଦୃଶ୍ୟ । ଏ ସଂପର୍କରେ ଟ୍ୱିଟ୍ କରିଛି ନାସା ।

ତେବେ ନାସାର ଗବେଷଣା କହୁଛି ମାର୍ଚ୍ଚ ୧ରେ ଏହି ତିନି ସବୁଠୁ ବେଶି ନିକଟତର ହେବେ । ସେତେବେଳେ ଏହାକୁ ଅଧିକ ସ୍ପଷ୍ଟ ଭାବେ ଦେଖିହେବ । ନାସା ଲେଖିଛି, ପଶ୍ଚିମ ଆକାଶରେ ଏକ ମହାମିଳନ ହେବାକୁ ଯାଉଛି । ଚନ୍ଦ୍ର ବୃହସ୍ପତିର ନିକଟରେ ରହିଛି । ଏମାନଙ୍କ ତଳକୁ ରହିଛି ଶୁକ୍ର ଗ୍ରହ ।

ବୃହସ୍ପତି ଓ ଶୁକ୍ର ପରସ୍ପରର ଆହୁରି ନିକଟତର ହେବ । ମାର୍ଚ୍ଚ ୧ରେ ଏମାନେ ସବୁଠୁ ବେଶି ନିକଟତର ଥିବେ । ଏହା ସହ ନାସା ଲେଖିଛି, ଆପଣ ଆକାଶରେ ଏହି ବିରଳ ଦୃଶ୍ୟ ଦେଖିଛନ୍ତି କି? ଯଦି ଦେଖିଛନ୍ତି ଫଟୋ ପୋଷ୍ଟ କରନ୍ତୁ । ଏହାପରେ ସାରା ବିଶ୍ୱର ଅନେକ ଟ୍ୱିଟର ୟୁଜର ନାସାର ଏହି ଟ୍ୱିଟରେ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଆମ ଦେଶରେ, ଏପିରିକି ଆମେ ରାଜ୍ୟର ଆକାଶରେ ଖାଲି ଆଖିରେ ମଧ୍ୟ ଦେଖିହେବ । ଦୁଇ/ତିନି ବର୍ଷ ଅନ୍ତରାଳରେ ଆକାଶରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ । ଫେବ୍ରୁଆରୀ ପହିଲାରୁ ଚନ୍ଦ୍ର ଓ ଏହି ଦୁଇ ଉଜ୍ଜ୍ୱଳତମ ଗ୍ରହ ପରସ୍ପରର ନିକଟତର ହେବା ଆରମ୍ଭ କରିଥିଲେ । ମାର୍ଚ୍ଚ ପହିଲା ପରେ ଧୀରେ ଧୀରେ ପୁଣି ପୂର୍ବ ସ୍ଥାନକୁ ଫେରିଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି