Masthead

ଚନ୍ଦ୍ର-ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଖାଲି ଆଖିରେ ଦେଖିହେବ ବିରଳ ଦୃଶ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ପଶ୍ଚିମାକାଶରେ ମହାଜାଗତିକ ଦୃଶ୍ୟ । ଜଗତ ଦେଖିବ ଚନ୍ଦ୍ର-ବୃହସ୍ପତି-ଶୁକ୍ରଙ୍କ ମହାମିଳନ । ଜହ୍ନର ନିକଟତର ହେଉଛି ବୃହସ୍ପତି । ତଳକୁ ରହିଛି ଶୁକ୍ର । ସଂଧ୍ୟା ହେଉ ହେଉ ପୃଥିବୀ ଆକାଶରୁ ସ୍ପଷ୍ଟ ଦେଖିହେଉଛି ମହାକାଶର ଏହି ଅଭୂତପୂର୍ବ ଦୃଶ୍ୟ । ଏ ସଂପର୍କରେ ଟ୍ୱିଟ୍ କରିଛି ନାସା ।

ତେବେ ନାସାର ଗବେଷଣା କହୁଛି ମାର୍ଚ୍ଚ ୧ରେ ଏହି ତିନି ସବୁଠୁ ବେଶି ନିକଟତର ହେବେ । ସେତେବେଳେ ଏହାକୁ ଅଧିକ ସ୍ପଷ୍ଟ ଭାବେ ଦେଖିହେବ । ନାସା ଲେଖିଛି, ପଶ୍ଚିମ ଆକାଶରେ ଏକ ମହାମିଳନ ହେବାକୁ ଯାଉଛି । ଚନ୍ଦ୍ର ବୃହସ୍ପତିର ନିକଟରେ ରହିଛି । ଏମାନଙ୍କ ତଳକୁ ରହିଛି ଶୁକ୍ର ଗ୍ରହ ।

ବୃହସ୍ପତି ଓ ଶୁକ୍ର ପରସ୍ପରର ଆହୁରି ନିକଟତର ହେବ । ମାର୍ଚ୍ଚ ୧ରେ ଏମାନେ ସବୁଠୁ ବେଶି ନିକଟତର ଥିବେ । ଏହା ସହ ନାସା ଲେଖିଛି, ଆପଣ ଆକାଶରେ ଏହି ବିରଳ ଦୃଶ୍ୟ ଦେଖିଛନ୍ତି କି? ଯଦି ଦେଖିଛନ୍ତି ଫଟୋ ପୋଷ୍ଟ କରନ୍ତୁ । ଏହାପରେ ସାରା ବିଶ୍ୱର ଅନେକ ଟ୍ୱିଟର ୟୁଜର ନାସାର ଏହି ଟ୍ୱିଟରେ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଆମ ଦେଶରେ, ଏପିରିକି ଆମେ ରାଜ୍ୟର ଆକାଶରେ ଖାଲି ଆଖିରେ ମଧ୍ୟ ଦେଖିହେବ । ଦୁଇ/ତିନି ବର୍ଷ ଅନ୍ତରାଳରେ ଆକାଶରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ । ଫେବ୍ରୁଆରୀ ପହିଲାରୁ ଚନ୍ଦ୍ର ଓ ଏହି ଦୁଇ ଉଜ୍ଜ୍ୱଳତମ ଗ୍ରହ ପରସ୍ପରର ନିକଟତର ହେବା ଆରମ୍ଭ କରିଥିଲେ । ମାର୍ଚ୍ଚ ପହିଲା ପରେ ଧୀରେ ଧୀରେ ପୁଣି ପୂର୍ବ ସ୍ଥାନକୁ ଫେରିଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ