Masthead

ଆଦିବାସୀ ଜମି ଆନ୍ଧ୍ର ଦଲାଲ ମାନଙ୍କ ଦ୍ୱାରା ହଡ଼ପ କରାଯାଉଛି: ସୁବ୍ରତ ନନ୍ଦ

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲା ଗୁଣୁପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏହା ଅନୁଷ୍ଠିତ ହୋଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାର ଶହ ଶହ ଏକର ଆଦିବାସୀ ଜମି ଆନ୍ଧ୍ର ଦଲାଲ ମାନଙ୍କ ଦ୍ୱାରା ହଡ଼ପ କରାଯାଉଛି ବୋଲି ସଂଗଠନର ଆବାହକ ସୁବ୍ରତ ନନ୍ଦ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, କୋରାପୁଟ ଜିଲ୍ଲାର ଶହଶହ ଏକର ଆଦିବାସୀ ଜମି ଆନ୍ଧ୍ର ଦଲାଲ ବେଆଇନ ଭାବେ ନିଜ ନାମରେ କରିଦେଇଛନ୍ତି । ଏପରିକି ତାଙ୍କ ନାମରେ ଜମିର ପଟ୍ଟା ମଧ୍ୟ କରିଦିଆଯାଉଛି।

ଏହାର ତଦନ୍ତ କରି ଓଡ଼ିଶା ଜମିକୁ ଫେରସ୍ତ ଆଣି ସ୍ଥାନୀୟ ଆଦିବାସୀଙ୍କୁ ବାଣ୍ଟିବା ପାଇିଁ ସଂଘ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧି ସଂଗଠନର ଆବାହକ ସୁବ୍ରତ କୁମାର ନନ୍ଦଙ୍କ ସହ ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ପଣ୍ଡା, ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ପଣ୍ଡା,ଉପଦେଷ୍ଟା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ,ବ୍ଲକ ସଭାପତି ଲଷ୍ମୀଚାନ୍ଦ ସାହୁ, ନବରଙ୍ଗପୁର ଶାଖାର ସଭାପତି ଈଶ୍ଵର ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଂଗଠନ ରାଜ୍ୟରେ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବ । ଏହି ଆନ୍ଦୋଳନରେ ପ୍ରତ୍ୟେକ ସାମିଲ ହୋଇ କାମ କଲେ ଏହି ଆନ୍ଦୋଳନ ସଫଳତା ହାସଲ କରିପାରିବ ବୋଲି ସଂଗଠନ ଆଶା ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର