Masthead

ଜେଲ୍‌ରେ ସିଦ୍ଧୁ ମୁସେୱାଲା ହତ୍ୟାକାରୀଙ୍କ ମଧ୍ୟରେ ସଂଘର୍ଷ: ୨ ମୃତ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଜେଲରେ ବନ୍ଦୀଥିବା ଅଭିଯୁକ୍ତ ପରସ୍ପରକୁ ଆକ୍ରମଣ କରିବାରୁ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ମନଦୀପ ସିଂ ତୋଫାନ, ମନମୋହନ ସିଂ ଏବଂ କେଶବ ଯାଦବଙ୍କ ମଧ୍ୟରେ ରବିବାର ତରନ ତାରନ ଜିଲାରେ ଥିବା ଗୋଇଣ୍ଡଓ୍ବାଲ ଜେଲରେ ରକ୍ତାକ୍ତ ସଂଘର୍ଷ ଘଟିଛି। ରବିବାର ଅପରାହ୍ନ ୩ଟା ବେଳେ ତରନତାରନସ୍ଥିତ ଗୋଇନ୍ଦ୍ୱାଲର କେନ୍ଦ୍ରୀୟ ଜେଲରେ ବନ୍ଦୀଥିଲେ ଅଭିଯୁକ୍ତ ।

ହେଲେ କୌଣସି କାରଣରୁ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଏମାନେ ଗତବର୍ଷ ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ରହିଥିଲେ। ସେମାନଙ୍କ ବିରୋଧରେ ଅନ୍ୟ କେତେକ ମାମଲା ମଧ୍ୟ ରହିଥିଲା ବୋଲି ବରିଷ୍ଠ ଏସ୍‌ପି ଗୁରମିତ୍‌ ସିଂ ଚୌହାନ କହିଛନ୍ତି। ଏହି ୩ ଜଣ ଗୋଟିଏ ଗ୍ରୁପ୍‌ର ସଦସ୍ୟ ବୋଲି ଏସ୍‌ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମେ’ ୨୯ରେ ପଞ୍ଜାବର ମନସା ଜିଲାରେ ମୁସେୱାଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼