Masthead

ଥାନା ଭିତରେ ଲମ୍ପଟ ସ୍ୱାମୀ, ଥାନା ବାହାରେ ଗୁମୁରି କାନ୍ଦୁଛି ସ୍ତ୍ରୀ

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ): ପ୍ରେମ , ପ୍ରତାରଣା ଫେରାରର ରୋଚକ କାହାଣି । ଭୁବନେଶ୍ୱରେ କିଡନାପ , ମଧ୍ୟପ୍ରଦେଶରୁ ରେସକ୍ୟୁ । ବହୁ ଚର୍ଚ୍ଚିତ ପତିତପାବନ ପୃଷ୍ଟି ଅପହରଣ ମାମଲାରୁ ପରଦା ହଟାଇଛି ପୋଲିସ। ଉଭୟ ପ୍ରେମି ଯୁଗଳକୁ ଓଡ଼ିଶା ଆଣି ଗିରଫ କରିଛି କମିଶନରେଟ ପୋଲିସ । ସେପଟେ ଚିକର ସ୍ତ୍ରୀ କହିଛି ମୋ ସ୍ୱାମୀ ମୋତେ ଦରକାର । ଏବେ କାହାର ହେବ ଚିକୁ ତାକୁ ନେଇ ଉଠିଛି ପ୍ରଶ୍ନ ?

ଥାନା ଭିତରେ ଲମ୍ପଟ ସ୍ୱାମୀ, ଥାନା ବାହାରେ ଗୁମୁରି କାନ୍ଦୁଛି ସ୍ତ୍ରୀ । ଆମେ କହୁଛୁ ସ୍ତ୍ରୀ ସହ ପ୍ରତାରାଣା କରି ପ୍ରେମିକା ସହ ଚମ୍ପଟ ମାରିଥିବା ଲମ୍ପଟ ସ୍ୱାମୀ ପତିତପାବନ ପୃଷ୍ଟି ଓରଫ ଚିକୁ କଥା । ସ୍ତ୍ରୀକୁ ଛାଡି ପ୍ରେମିକା ସହ ଫେରାର ହେବାକୁ ମିଛ କଡନାପର ନାଟକ ରଚିଥିଲା ଚିକୁ । କିନ୍ତୁ ନିଜ ଚାଲରେ ନିଜେ ଫସିଗଲା । ପ୍ରେମିକା ସହ ଚିକିକୁ ମଧ୍ୟପ୍ରଦେଶରୁ ଧରିବା ପରେ ଆଜି ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ସେପଟେ ଲମ୍ପଟ ସ୍ୱାମୀ ଥାନାରେ ପହଁଚିବା ପରେ ବୟାନ ଦେବାକୁ ଥାନାକୁ ଆସିଥିଲେ ।

ଚଲାଗ ଚିକୁ । ଘରେ ଭଲପାଇ ବାହା ହୋଇଥିବା ସ୍ତ୍ରୀ ସହ ଛଳନା କରି ଅନ୍ୟ ଜଣେ ଯୁବତୀଙ୍କ ସହ ଫେରାର ହେବାକୁ ରଚିଥିଲା ମିଛ କିଡନାପର ନାଟକ । ସ୍ତ୍ରୀକୁ ଅଡିଓ ମେସେଜ କରି ତାକୁ କେହି ଛୁରୀ ଭୁଷି ଅପହରଣ କରି ନେଇ ଯାଉଥିବା କହି ଗୋପ ଅଞ୍ଚଳର ଯୁବତୀଙ୍କ ସହ ଫେରାର ହେବାକୁ ରଚିଥିଲା ଏହି ମାଷ୍ଟର ପ୍ଲାନ । ଭାବିଥିଲା ଧନ ଧନ ଡାକି ସ୍ତ୍ରୀ ସରଳତରା ସୁଯୋଗ ଉଠାଇବ, ପ୍ରେମିକା ସହ ସଂସାର କରିବ । କିନ୍ତୁ ସବୁ ଚାଲ ଫସର ଫାଟିଯାଇଥିଲା । ଭୁବନେଶ୍ୱରରେ କିଡନାପ ନାଟକ ରଚି ରାଜ୍ୟ ବାହାରକୁ ଫେରାର ହେଇଥିଲା ଚିକୁ । କିନ୍ତୁ ପୋଲିସ ଜାଲରେ ଧରା ପଡ଼ି ଯାଇଥିଲା ଚିକୁର ସବୁ ଚାଲ ।

ପ୍ରେମ ପ୍ରତାରଣା,ଫେରାରର ରୋଚକ କାହାଣୀ । ଭଲପାଇ ବାହା ହୋଇଥିଲା କିନ୍ତୁ ସେଥିରେ ଖୁସି ନଥିଲା ଚିକୁ। ଅନ୍ୟ ଝିଅ ସହ ଫେରା ହେବାକୁ ରଚିଥିଲା ମାଷ୍ଟର ପ୍ଲାନ । କିନ୍ତୁ ପୋଲିସ ଆଗରେ କାମ କଲାନି ଚିକୁର ଚାଲ । ଦୁହିଁଙ୍କୁ ଓଡ଼ିଶା ଆଣିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା