Masthead

ରହିବନି ବ୍ରିଟିଶ ଅମଳର ବ୍ରିଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଥିବା ବ୍ରିଟିଶ ଅମଳ ବ୍ରିଜ ଗୁଡିକ ଚଳାଚଳ ପାଇଁ ସମସ୍ୟା ସୃଷ୍ଟି କରୁଛି । ଯାନବାହନ ଚଳାଚଳରେ ସମସ୍ୟା ହେଉଥିବାରୁ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ହନ୍ତସନ୍ତ ହେଉଛନ୍ତି । ପ୍ରଶ୍ନକାଳରେ ବ୍ରିଜକୁ ନେଇ ବିଜେଡି ବିଧାୟକ ଭୂପିନ୍ଦର ସିଂଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ  । ରାଜ୍ୟରେ ୧୭ଟି ବ୍ରିଟିଶ ଅମଳର ବ୍ରିଜ ରହିଛି । ଯାହାକି ଚଳାଚଳ ପାଇଁ ଉଦ୍ଧିଷ୍ଟ ନୁହେଁ।

ସେହି ଅଞ୍ଚଳରେ ନୂଆ ବ୍ରିଜ ନିର୍ମାଣ ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି । ବାଲେଶ୍ଵରରେ ୨ଟି, କଳାହାଣ୍ଡି ୨ଟି,ବଲାଙ୍ଗୀର ୧ଟି,ସମ୍ବଲପୁର ୧ଟି , ପାଣିକୋଇଲି ୧ଟି ଓ ନୟାଗଡ଼ରେ ୫ଟି ବ୍ରିଟିଶ ଅମଳର ବ୍ରିଜ ରହିଅଛି। ଯାହା ମଧ୍ୟରୁ ବାଲେଶ୍ଵର ଓ କଳାହାଣ୍ଡି ନୂଆ ବ୍ରିଜ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ରାୟଗଡାରେ ଥିବା ୫ଟି ରୁ ୩ଟିର କାର୍ଯ୍ୟ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ