୪ ଦିନ ଯାଏଁ ଲାଗି ରହିବ ଘନ କୁହୁଡ଼ି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟକୁ କଲବଲ କରୁଛି ଘନ କୁହୁଡି । ୫୦ ମିଟରକୁ କମିଲା ଦୃଶ୍ୟମାନ ଦୂରତା । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ବଳୟ ପାଇଁ ପ୍ରବାହିତ ହେଉଛି ସାମୁଦ୍ରିକ ପବନ । ଏହାରି ପ୍ରଭାବରେ ଆଜି ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଏବଂ ଗଞ୍ଜାମରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖାଦେବା ସହିତ ଦୃଶ୍ୟମାନ ଦୂରତା ୫୦ମିଟର ବା ତାଠାରୁ କମ ରହିଛି । ଆସନ୍ତା ୪ରୁ ଦିନ ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବ । ସେପଟେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ବଢିବାରେ ଲାଗିଛି । ସ୍ୱାଭାବିକଠାରୁ ୫ଡିଗ୍ରୀ ଉପରେ ରହୁଛି ପାରଦ। ଆସନ୍ତା ୨ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ ।

ଉପକୂଳ ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। କିଛି ସ୍ଥାନରେ ତାପମାତ୍ରା ୩୮ ରୁ ୪୦ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଦୀର୍ଘ ଦିନ ହେବ ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ରହିଥିବା ବେଳେ ଭୁବନେଶ୍ୱର ସମେତ ଅନୁଗୁଳ, ମାଲକାନଗିରି, ଟିଟିଲାଗଡ, ସୋନପୁର, ବାରିପଦା ରେଡ୍ ମାର୍କରେ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ