Masthead

ଆସିଲା ବୁଥ ବାହୁଡ଼ା ମତ, ବିଜେପିକୁ ମିଳିପାରେ ବହୁମତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସିଲା ବୁଥ ବାହୁଡ଼ା ମତ, ବିଜେପିକୁ ମିଳିପାରେ ବହୁମତ । ତ୍ରିପୁରାରେ ୧୬ ତାରିଖରେ ଭୋଟ ପଡିଥିବା ବେଳେ ସୋମବାର ମେଘାଳୟ ଓ ନାଗାଲାଣ୍ଡରେ ଭୋଟ ପଡିଛି । ଭୋଟ ଗଣତି ମାର୍ଚ୍ଚ ୨ରେ ହେବ । ଏହାପୂର୍ବର୍ରୁ ୩ ରାଜ୍ୟର ଏକଜିଟ ପୋଲ ପ୍ରକାଶ ପାଇଛି । ତ୍ରିପୁରାରେ ଲଗାତାର ଦ୍ୱିତୀୟ ଥର ଲାଗି ବିଜେପି କ୍ଷମତାସୀନ ହେବ ବୋଲି ଏକ୍ସଜିଟ ପୋଲରେ ଅନୁମାନ କରାଯାଇଛି । ଏହି ୩ଟି ଯାକ ରାଜ୍ୟରେ ୬୦ଟି ଲେଖାଁଏ ବିଧାନସଭା ଆସନ ରହିଛି ।

ତ୍ରିପୁରାରେ ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହେବାକୁ ଯାଉଛି । ମୋଟ ୬୦ ଆସନ ମଧ୍ୟରୁ ବିଜେପିକୁ ୩୬ରୁ ୪୫ ଆସନ ମିଳିବା ଅନୁମାନ କରାଯାଉଛି । ସେହିଭଳି ବାମଦଳ-କଂଗ୍ରେସ ମେଂଟକୁ ୬ରୁ ୧୧ ଆସନ ମିଳିବା ଅନୁମାନ କରାଯାଉଛି । ରାଜ୍ୟରେ ନୂଆ ଦଳ ଟିପ୍ରା ମୋଥା ପାର୍ଟି, ଟିଏମପିକୁ ୯ରୁ ୧୬ ଆସନ ମିଳିବା ଅନୁମାନ କରାଯାଇଛି । ସେହିଭଳି ମେଘାଳୟର ମୋଟ ୬୦ ଆସନ ମଧ୍ୟରୁ ଏକଜିଟ ପୋଲ ଅନୁସାରେ, ନ୍ୟାସନାଲ ପିପୁଲସ ପାର୍ଟି, ଏନପିପିକୁ ୧୮ରୁ ୨୪ ଆସନ ମିଳିବା ଅନୁମାନ କରାଯାଉଛି । ସେହିଭଳି କଂଗ୍ରେସକୁ ୬ରୁ ୧୨ ଆସନ ମିଳିବା ଅନୁମାନ କରାଯାଉଛି । ବିଜେପିକୁ ୪-୮ ଓ ଅନ୍ୟ ଦଳକୁ ମଧ୍ୟ ୪-୮ ଆସନ ମିଳିବା ଅନୁମାନ କରାଯାଇଛି ।

ସେହିଭଳି ନାଗାଲାଣ୍ଡରେ ଝୁଲା ବିଧାନସଭା ଗଠନ ହେବାର ଅନୁମାନ କରିଛନ୍ତି ବିଭିନ୍ନ ସଂସ୍ଥା । ଇଣ୍ଡିଆ ଟୁଡେ-ଆକ୍ସିସ ମାୟ ଇଣ୍ଡିଆ ଅନୁସାରେ, ଏନଡିଏକୁ ୩୮ରୁ ୪୮ ଆସନ ମିିଳିବା ସମ୍ଭାବନା ରହିଛି । ଏନପିଏଫ ୩ରୁ ୮, କଂଗ୍ରେସକୁ ୧ରୁ ୨ ଓ ଅନ୍ୟାନ୍ୟ ଦଳକୁ ୫ରୁ ୧୫ ଆସନ ମିଳିବା ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼