Masthead

ସରକାରୀ କ୍ଷେତ୍ରରେ ନିୟମ କେବେ….?

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ପାଇଁ ବାରମ୍ବାର ସଚେତନ କରାଯାଉଛି। ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ପ୍ରାୟ ଦୁଇ ମାସ ପରେ, ମେ ମାସ ଶେଷ ଭାଗରେ ନୂଆପଡ଼ା ଜିଲ୍ଲାରେ ପ୍ରଥମ କରି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପ୍ରଶାସନ ମଧ୍ୟ ସାମାଜିକ ଦୂରତ୍ୱ ଓ ସର୍ବସାଧାରଣରେ ମାସ୍କ ପିନ୍ଧିବା ନିୟମକୁ କଡ଼ା କଡି଼ ଭାବରେ ଯାଞ୍ଚ କରୁଥିଲେ। ଯେଉଁ ଦୋକାନୀ ମାନେ ଏହି ନିୟମକୁ ମାନୁ ନ ଥୁଲେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଥିଲା । ଏପରିକି କିଛି ଦୋକାନକୁ ସିଲ ମଧ୍ୟ କରାଯାଇଥିଲା।
ରବିବାର ଦିନ ଖରିଆର ରୋଡ଼ ୱାର୍ଡ ନମ୍ବର ୧୫ ରେ ପିଡିଏସ ବଣ୍ଟନ ସମୟରେ ସାମାଜିକ ଦୂରତ୍ୱକୁ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଥିଲା। ପିଡିଏସ ବଣ୍ଟନ ସମୟରେ ଶହ ଶହ ଲୋକ କୋଭିଡ଼ ନିୟମକୁ ଫୁ କରିଦେଇଥିଲେ । ସେଠାରେ ନା ଥିଲା ସାମାଜିକ ଦୂରତା ନା ଥିଲା ଲୋକମାନଙ୍କ ମୁଁହରେ ମାସ୍କ । କୋଭିଡ଼ ନିୟମ ମାନୁନଥିବା ବେଳେ ଦୋକାନ ଗୁଡିକ ସିଲ କରାଯାଉଥିବା ବେଳେ ସରକାରୀ କ୍ଷେତ୍ରରେ ଏହି ନିୟମକୁ କାହିଁକି ପାଳନ କରାଯାଉନି ତାହାକୁ ନେଇ ସାଧ।।ଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ