Masthead

୩ବନ କର୍ମଚାରୀଙ୍କ ବଦଳି

ସାହାରପଡ଼ା(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ପାଟଣା ରେଞ୍ଜରେ ମହାବଳ ବାଘର ଭାଇରାଲ୍ ଫଟୋକୁ ଅସ୍ବୀକାର କଲେ ଡିଏଫ୍‌ଓ । ବାଘକୁ ନେଇ ଉକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହା କେଉଁ ସ୍ଥାନର ଫଟୋ ସଠିକ ଜଣାପଡୁ ନଥିବା ବେଳେ ଏଭଳି ଘଟଣାକୁ କେନ୍ଦୁଝର ଡିଏଫଓ, ଧନରାଜ ଏଚ.ଡି ଅସ୍ବୀକାର କରଛନ୍ତି। ପାଟଣା ରେଞ୍ଜ ଅଞ୍ଚଳରେ ଗତମାସରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ବାଘ ଆକ୍ରମଣରେ ମୃତ୍ୟୁ ଘଟିଥିବା ପୋଲିସ ମାମଲା ରୁଜୁ କରିଥିଲା। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଡିଏଫ୍‌ଓ କହିଥିବା ବେଳେ ଘଟଗାଁ ଏସ୍‌ଡିପିଓ ଏହାକୁ ବାଘ ଆକ୍ରମଣ ଯୋଗୁ ମରିଥିବା ସୂଚନା ଦେଇଥିଲେ।

ଏହି ସମୟରେ ବନ ବିଭାଗ ପକ୍ଷରୁ ପାଟଣା ଅଞ୍ଚଳରେ ବାଘର ପାଦଚିହ୍ନ ବିଭିନ୍ନ ସ୍ଥାନରେ ମିଳିବା ପରେ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ବର୍ତ୍ତମାନ ଘଟଗାଁ ରେଞ୍ଜ ଅଟେଇ ଅଞ୍ଚଳରେ ବାଘ ବୁଲୁଥିବା ସିସିଟିଭି ଚିତ୍ର ସାମ୍ନାକୁ ଆସିଛି। ବାଘର ବୟସ ପାଖାପାଖି ୨/୩ ବର୍ଷ ହେବ ବୋଲି କୁହାଯାଉଛି। ଏହି ବାଘଟି ଶିମିଳିପାଳ ଅଞ୍ଚଳରୁ ସାତକୋଶିଆ ଦେଇ କେନ୍ଦୁଝର ପାଟଣା ଓ ଘଟଗାଁ ରେଞ୍ଜ ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଚାଲିଆସିଥିବା କୁହାଯାଉଛି।

ତେବେ ଏହି ଘଟଣାକୁ ନେଇ ବନ ବିଭାଗ ସୋମବାର ଜଣେ ମହିଳାଙ୍କ ସମେତ ୨ ଜଣ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ମିଶାଇ ତିନି ଜଣଙ୍କୁ ଘଟଗାଁ ରେଞ୍ଜକୁ ବଦଳି କରିଛନ୍ତି । ସେମାନେ ହେଲେ ପୂର୍ଣଚନ୍ଦ୍ର ମହାନ୍ତ, ମଧୂସ୍ମିତା ଦୋରା ଓ ଖଗେଶ୍ୱର ରାଉତ। ସେମାନଙ୍କ ମଧ୍ୟରୁ ପୂର୍ଣଚନ୍ଦ୍ର ମହାନ୍ତଙ୍କୁ ସ୍ବତନ୍ତ୍ର ଡ୍ୟୁଟିରେ ବାଘର ଗତିବିଧି ନିରୀକ୍ଷଣ ପାଇଁ ବଦଳି କରାଯାଇଛି। ଅନ୍ୟପକ୍ଷରେ ବାଘ ଚଳପ୍ରଚଳକୁ ନେଇ ଜଙ୍ଗଲ ମଧ୍ୟରେ ରାସ୍ତାରେ ପୋଲିସ ବାରିକେଡ୍‌ ଲଗାଇ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼