Masthead

କିଏ କରିଛି ଭୂତ ଗୁଜବ, ୨ ବର୍ଷ ହେଲା ଭୁବନେଶ୍ୱର ସ୍କୁଲରେ ଝୁଲୁଛି ତାଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କିଏ କରିଛି ଭୂତ ଗୁଜବ, ୨ ବର୍ଷ ହେଲା ଭୁବନେଶ୍ୱର ସ୍କୁଲରେ ଝୁଲୁଛି ତାଲା । ବ୍ୟକ୍ତିଗତ ଲାଭ ପାଇଁ ସ୍କୁଲ ବନ୍ଦ କରିଥିବା ଅଭିଯୋଗ । ସ୍ଥାନୀୟ କର୍ପୋରେଟରଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା । ଭୁବନେଶ୍ୱର ବିଜେବି ନଗରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ୨ ବର୍ଷ ହେଲା ବନ୍ଦ ରହିଛି । ସ୍କୁଲରେ ଭୂତ ବାହାରୁଥିବା କହି ସ୍କୁଲକୁ ବନ୍ଦ କରିଦିଆଯାଇଛି । ସୂଚନା ଅନୁସାରେ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ବିଦ୍ୟାଳୟ ପରିସରରେ ଥିବା ଗଛ ଉପରେ ଚଢିଥିଲେ । ଏବଂ ଗଛରୁ ପଡି ମୁଣ୍ଡରେ ଆଘତ ଲାଗିଥିଲା । ପରବର୍ତ୍ତି ସମୟରେ ଛାତ୍ରର ମୃତୁ୍ୟ ହୋଇଥିଲା । ଏ ସବୁ ଭୂତ ପାଇଁ ହୋଇଥିବା ଗୁଜବ କରାଯାଇଥିଲା ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ କର୍ପୋରେଟର ଏବଂ ସ୍ଥାନୀୟ କିଛି ଲୋକ ସ୍କୁଲର ଜାଗାକୁ ହଡପ କରିବା ପାଇଁ ଏଭଳି ଗୁଜବ ସୃଷ୍ଟି କରିଥିବା କହିଛନ୍ତି । ସ୍କୁଲ ବନ୍ଦ ପରେ ପାଖରେ ଥିବା ବକ୍ସି ପ୍ରାଇମେରୀ ସ୍କୁଲକୁ ଯାଉଛନ୍ତି ଛାତ୍ରଛାତ୍ରୀ । ମାତ୍ର ସେଠାରେ ମୌଳିକ ସୁବିଧା ନଥିବା ଅଭିଯୋଗ ହୋଇଛି । ଏବଂ ସ୍କୁଲ ଦୂର ହେଉଥିବାରୁ ଚାଲି ଚାଲି ଯିବାକୁ ପଡୁଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ତେବେ ସ୍କୁଲକୁ ଖୋଲିବା ପାଇଁ ଦାବି କରିଛନ୍ତି ସ୍କୁଲର ପିଲା । ତେବେ ଭୂତ ଗୁଜବ କରି ସ୍କୁଲ ବନ୍ଦ କରିବା ପଛରେ କର୍ପୋରେଟରଙ୍କ ଭୂମିକା କ’ଣ? କାହିଁକି ୨ ବର୍ଷ ହେଲା ବନ୍ଦ କରାଯାଇଛି ସ୍କୁଲ । ତଦନ୍ତ କରାଯାଇ ସ୍କୁଲ ଖୋଲିବାକୁ ଅଞ୍ଚଳ ବାସୀଙ୍କ ଦାବୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି