ଜଙ୍ଗଲରେ ଚାଲିଛି ବେଆଇନ ଗଛକଟା

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ):ବେଆଇନ ଗଛକଟା । ଗ୍ରାମ୍ୟଜଙ୍ଗଲରୁ ବେଧଡକ ଚାଲିଛି ମୂଲ୍ୟବାନ ଗଛକଟା। ତହସିଲ ପ୍ରଶାସନ ଓ କାଠମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁ ଜଙ୍ଗଳରୁ ଲୁଟି ଚାଲିଛି କାଠ। ଗ୍ରାମବାସୀଙ୍କ ବିରୋଧକୁ ଖାତିରି କରୁନାହାନ୍ତି କାଠମାଫିଆ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଗରାମ ରାଜସ୍ୱ ସର୍କଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରୁଆ ଗ୍ରାମ ବେଲଦଣ୍ଡା ଗ୍ରାମପୋଖରୀକୁ ଲାଗି ରହିଛି ଗ୍ରାମ୍ୟଜଙ୍ଗଲ। ଏହି ଗ୍ରାମ୍ୟଜଙ୍ଗଲ ସଂରକ୍ଷିତ ଜମିରେ ୟୁକାଲପଟାସ,ଆକାଶିଆ ଓ ବହୁ ମୂଲ୍ୟବାନ ଗଛ ଥିବାବେଳେ ଏହା ଉପରେ କାଠମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି।

ଜଙ୍ଗଲ ଜମି ପାଖକୁ ଲାଗିଥିବା ଜମିମାଲିକଙ୍କୁ ହାତକରି କାଠମାଫିଆମାନେ ବହୁ ମୂଲ୍ୟବାନ ଗଛ କାଟିନେଉଥିବା ନରୁଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ବର୍ଷ ମେ ମାସରେ ଗଛ କଟାକୁ ନେଇ ତିର୍ତ୍ତୋଲ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହାଁନ୍ତି। ଫଳରେ ଚଞ୍ଚକତା କରି ଜାଲ କାଗଜପତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ ଗୁଡିକୁ କାଟି ନେଉଥିବାର ଅଭିଯୋଗ ଆଣିଛନ୍ତି ନରୁଆ ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ