Masthead

ତୃତୀୟ ଟେଷ୍ଟରେ ଭାରତରୁ ୯ ଓ୍ୱିକେଟରେ ହରାଇଲା କଙ୍ଗାରୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ହାରିଲା ଭାରତକୁ ଇନ୍ଦୋରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳକୁ ୯ ୱିକେଟରେ ହରାଇଛି କଙ୍ଗାରୁ। ମାତ୍ର ତିନି ଦିନ ମଧ୍ୟରେ ଟିମ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଜିତିବା ପାଇଁ ମ୍ୟାଚର ତୃତୀୟ ଦିନରେ ମାତ୍ର ୭୬ ରନର ଟାର୍ଗେଟ ଦେଇଥିଲା ଭାରତ, ଯାହାକୁ ଅତି ସହଜରେ ହାସଲ କରିଛି ଅଷ୍ଟ୍ରେଲିଆ। ତୃତୀୟ ଦିନର ଆରମ୍ଭରେ ମାତ୍ର ଏକ ଓ୍ବିକେଟ ହରାଇ ୭୬ ରନ ସଂଗ୍ରହ କରିନେଇଛି କଙ୍ଗାରୁ ଦଳ ।

ତେବେ ପ୍ରଥମ ଓଭରରେ ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ୦ ରେ ଆଉଟ ହୋଇଥିଲେ । ଏହା ପରେ ଆଶା କରାଯାଉଥିଲା ଯେ ଭାରତ ଅଷ୍ଟ୍ରେଲିଆକୁ ସହଜରେ ଜିତିବା ପାଇଁ ଦେବ ନାହିଁ, କିନ୍ତୁ ଟ୍ରାଭିସ୍ ହେଡ୍ (୪୯) ଏବଂ ମାର୍ନୁସ୍ ଲାବୁଶେନଙ୍କ (୨୮)ଙ୍କ ୭୮ ରନ୍ ସହଭାଗିତା ଅଷ୍ଟ୍ରେଲିଆର ରାସ୍ତାକୁ ସହଜ କରିଥିଲା। ତେବେ ବର୍ଡର-ଗାଭାସ୍କର ଟ୍ରଫିରେ ଏବେ ମଧ୍ୟ ୨-୧ରେ ଭାରତ ଆଗରେ ରହିଥିବା ବେଳେ ଚତୁର୍ଥ ତଥା ଶେଷ ମ୍ୟାଚ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ