Masthead

ଜମିବ ହୋଲି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୁଇଦିନ ପରେ ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଉତ୍ସବମୁଖର । ତେଣେ ଦୋଳବିମାନରେ ଦୋଳଗୋବିନ୍ଦଙ୍କ ଚାଚେରି ଭୋଗ ଲାଗି ଗାଁ ଗାଁରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ଦୋଳରେ ବୁଲୁଛନ୍ତି ଦୋଳଗୋବିନ୍ଦ । ଭକ୍ତ ଦୁଆରରେ ଚାଚେରି ଭୋଗ ଖାଉଛନ୍ତି ଭଗବାନ୍ । ଦୋଳ ଉତ୍ସବ ପାଇଁ ଉତ୍ସବମୁଖର ଗାଁରୁ ସହର । ଦୋଳ ଦଶମୀରୁ ବିମାନରେ ବସି ବାହାରିଛନ୍ତି ରାଧାକୃଷ୍ଣ୍ । ବିମାନରେ ଝୁଲୁଛି ଆମ୍ବ ବଉଳ । ଦିଅଁଙ୍କୁ ହୋଇଛି ଅବିରଲାଗି । ସାହି ସାହିରେ ଚାଲିଛି ମେଲଣ । ଘଣ୍ଟ ଘଣ୍ଟା ଧ୍ୱନିରେ ଫାଟିପଡୁଛି ଗାଁ ଦାଣ୍ଡ ।

ସେପଟେ ରଙ୍ଗର ପର୍ବ ହୋଲି ପାଇଁ ବଜାର ବି ପ୍ରସ୍ତୁତ । ଏ ରାଜଧାନୀ ଭୁବନେଶ୍ୱରର ରଙ୍ଗଦୋକାନର ଚିତ୍ର । ମେଲିଛି ରଙ୍ଗର ପସରା । ବିଭିନ୍ନ ରଙ୍ଗର ଅବିର, ଭଳିକି ଭଳି ପିଚକାରୀ । ତେବେ କେମିକାଲ ରଙ୍ଗ ଅପେକ୍ଷା ଲୋକମାନେ ହର୍ବାଲ ରଙ୍ଗକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଦୋକାନୀ କହିଛନ୍ତି । କରୋନା ମାଡ଼ ପାଇଁଁ କମିଯାଇଥିଲା ହୋଲି ସେଲିବ୍ରେସନ । ଜମୁନଥିଲା ରଙ୍ଗର ପର୍ବର ମହକ । ଏଥର କିନ୍ତୁ ନୋ ଟେନ୍ସନ୍ । ନାହିଁ କିଛି ରୁଲ ରେଗୁଲେସନ । ସମସ୍ତେ ଖୁସିରେ ଲଗାଇବେ ରଙ୍ଗ । କହିବେ ହାପି ହୋଲି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ