Masthead

ନବ ଦାସ ହତ୍ୟା ଘଟଣାରେ ମୁଖ୍ୟ ନାୟକ ଦୁଇ ଅଣଓଡ଼ିଆ, ଜଣେ ଆଇଏଏସ୍ ଅନ୍ୟ ଜଣେ ଆଇପିଏସ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ । ବରିଷ୍ଠ ନେତା ବିଜୟ ମହାପାତ୍ର ନବ ଦାସ ହତ୍ୟା ଘଟଣାରେ ଦୁଇ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ କରିଛନ୍ତି । ସେହି ଦୁଇ ଅଣଓଡ଼ିଆ ଅଫିସର ପୋଲିସ କଥା ବୁଝୁଛନ୍ତି । ଜଣେ ଆଇଏସ ଓ ଜଣେ ଆଇପିଏସ । ସେମାନେ ହିଁ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ନାୟକ । ସେମାନେ ପରଦା ପଛରେ ଅଛନ୍ତି । ତଦନ୍ତର ନାୟକ ବି ସେମାନେ ରହିଛନ୍ତି । ହତ୍ୟା, ତଦନ୍ତ ଓ ଏହି କେସ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି । ଏହି କେସରେ ୧୨୦ବି ଦଫା ଲାଗି ନାହିଁ । ହତ୍ୟାଘଟଣା ୪୦ ଦିନରେ ପହଁଚିଲାଣି । ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହେଉ ନାହିଁ । ତଦନ୍ତ ଖାମଖିଆଲି ଭାବେ ନିଆଯାଇଛି । ଏହା କଳଙ୍କିତ ହୋଇ ରହିଯିବ ।

ପୋଲିସ ଡିଜି, ଅନ୍ୟମାନେ ସାମ୍ବାଦିକଙ୍କୁ କିଛି କହୁନାହାନ୍ତି । ଗୋପଳ ପାଗଳ ନୁହେଁ, ସ୍ପଷ୍ଟ ହୋଇଛି । ହତ୍ୟାର ଅଧଘଣ୍ଟା ପରେ ପାଗଳ ବୋଲି ପ୍ରଚାର କିଏ କଲା? ଏନେଇ ସ୍କ୍ରପ୍ଟି ବି ଲେଖାଯାଇଥିଲା । ତେଣୁ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହୋଇଛି । ବଡ଼ବଡ଼ିଆକୁ ସୁରକ୍ଷା ଦେବା, ଗୋପାଳକୁ ସୁରକ୍ଷା ଦେବା ନେଇ ଷଡ଼ଯନ୍ତ୍ର ହୋଇଛି । ଝାରସୁଗୁଡ଼ା ଅଞ୍ଚଳରେ ବିଜେଡି ଜିଲ୍ଲା ପରିଷଦ ଆସନ ଯେଉଁମାନେ ଜିତିଛନ୍ତି ସେମାନଙ୍କୁ କିଛି ନକହିବାକୁ କୁହାଯାଇଛି । ପୋଲିସ ଧମକ ଦେଉଛି । କାହିଁକି ଗୋପଳ ପାଗଳ ନୁହେଁ । ସରକାର କହିଲେ ବିଶ୍ୱସ୍ତରୀୟ ତଦନ୍ତ କରିବୁ । କିନ୍ତୁ ଏଫବିଆଇ କୁଆଡେ ଗଲା, କିଛି ଜଣାପଡୁନି । ସତ୍ୟ ବାହାରକୁ ନଆସି ସନ୍ଦେହ ଘେରରେ ରହିଛି । ପୋଲିସ ଡିଜି ଓ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ପଚାରଯାଉଛି ।

ଏକଚାଟିଆ ଭାବେ ସରକାର ଏହି ତଦନ୍ତ କରୁଛନ୍ତି । ସବୁ ଦିଗକୁ ଯାଉ ନାହାନ୍ତି। କାହାକୁ ପ୍ରୋଟକେସନ ଦେବା ପାଇଁ ପୋଲିସ ଚାହୁଁଛି ବୁଝା ପଡୁନି । ଆଇଜି ପ୍ରିଜିନ୍ସ ଅପରାଧୀର ସ୍ୱାସ୍ଥ୍ୟ ପରୀକ୍ଷା କଲେ କେଉଁଠି? ଅପରାଧୀର ସ୍ୱାସ୍ଥ୍ୟ ପରୀକ୍ଷା କ୍ରାଇମବ୍ରାଞ୍ଚ କରେନି । କିନ୍ତୁ କ୍ରାଇମବ୍ରାଞ୍ଚ କାହିଁକି ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟସ୍ତ ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼