Masthead

ମୋଦି ପହଞ୍ଚିବା ଆଗରୁ ଇଡି ହାଜର: କେ.କବିତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦି ପହଞ୍ଚିବା ଆଗରୁ ପହଞ୍ଚି ଯାଉଛି ଇଡି । ଏଭଳି କହି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତା । କବିତା କହିଛନ୍ତି ମୋଦି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିକୁ ଅସ୍ତ୍ର କରିଛନ୍ତି । ଯେଉଁଠି ନିର୍ବାଚନ ଥାଏ ସେଠି ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପୂର୍ବରୁ ଇଡି ହାଜର ହୋଇଯାଉଛି । ପିଏମ୍ ମୋଦିଙ୍କୁ ସମାଲୋଚନା କରି କବିତା କହିଛନ୍ତି ମୋଦି ଜନସାଧାରଣଙ୍କ ନିକଟକୁ ଯାଇ କୁହନ୍ତୁ ତେଲେଙ୍ଗାନା ଏବଂ ଦେଶର ଲୋକଙ୍କ ପାଇଁ କ’ଣ କରିଛନ୍ତି । ସାଧାରଣ ଲୋକଙ୍କ ହୃଦୟ ଜିତନ୍ତୁ । ପରେ ନିର୍ବାଚନ ଜିତିବେ ।

କେ.କବିତା ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କ ଆଶୀର୍ବାଦ ପାଇବା ପରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି । ତେଲେଙ୍ଗାନାରେ ବିଆରଏସ ସରକାରଙ୍କ ନେତୃତ୍ୱ ନେଉଛି। ଆମେ ବିଜେପିର ବିଫଳତାକୁ ଜନତାଙ୍କ ସାମ୍ନାରେ ରଖିବୁ। ହେଲେ ଆମକୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଦ୍ୱରା ହଇରାଣ କରାଯାଉଛି। ଆମେ କିନ୍ତୁ ଭୟଭୀତ ହେବାର ନାହିଁ। ଭିଡିଓ କନଫରେନ୍ସିଂ ଜରିଆରେ କାହିଁକି ଇଡି ତା’ର କାର୍ୟ୍ୟ କରି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ମହିଳାମାନଙ୍କୁ ପଚରାଉଚରା କରାଯାଉଛି ତେବେ ଏହା ଅନଲାଇନ୍ ମୋଡରେ କରାଯିବା ଉଚିତ୍ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେଜେରା ପାଇଁ ମାର୍ଚ୍ଚ ୧୧ ତାରିଖରେ ଇଡିରେ ହାଜର ହେବେ ବୋଲି କେ. କବିତା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..