Masthead

ଖରାଦିନ ଆରମ୍ଭରୁ ଜଳସଙ୍କଟ

ବସ୍ତା (ବଡ଼ ଖବର ବ୍ୟୁରୋ): ଖରାଦିନ ଆରମ୍ଭରୁ ପାନୀୟ ଜଳ ସଙ୍କଟ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ସଦର ପଞ୍ଚାୟତ ସଦାନନ୍ଦପୁର ପଞ୍ଚାୟତର ବାଉଁଶମୁଖା ହରିଜନ ସାହିରେ ବସବାସ କରନ୍ତି ୬୦ ପରିବାରର ୪ ଶହରୁ ଅଧିକ ଲୋକ । ଏମାନଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ନଳକୂଅ । ଗୋଟିଏ ସୈର ଚାଳିତ ନଳକୂଅ ଓ ଗୋଟିଏ ଢାଙ୍କୁଣି ନଥିବା ପରିତ୍ୟକ୍ତ କୂଅ । କିନ୍ତୁ ଖରା ଦିନ ଆରମ୍ଭରୁ ଅଚଳ ହୋଇପଡିଛି ନଳକୂଅ । ବିଭିନ୍ନ କାରଣରୁ ବର୍ଷର ୮ ମାସ ବନ୍ଦ ରହେ ସୈର ଚାଳିତ ନଳକୂଅ ।

ଯାହା ଫଳରେ ଲୋକେ ଖୋଲାମୁହଁ ଥିବା କୂଅ ଉପରେ ନିର୍ଭର କରନ୍ତି । ଯାହା ଫଳରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଲାଗି ରହିଥାଏ । ୨ କୋଟି ଟଙ୍କା ବିନିମୟରେ ଗୋଟିଏ ଓଭରହେଡ ପାଣିଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଦୁଇ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡି ରହିଛି । ସପ୍ତାହେ ଭିତରେ ଯଦି ପାଣି ସମସ୍ୟା ଦୁର କରାନଯାଏ ତାହାହେଲେ ଆନେ୍ଦାଳନ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ