Masthead

ଖରାଦିନ ଆରମ୍ଭରୁ ଜଳସଙ୍କଟ

ବସ୍ତା (ବଡ଼ ଖବର ବ୍ୟୁରୋ): ଖରାଦିନ ଆରମ୍ଭରୁ ପାନୀୟ ଜଳ ସଙ୍କଟ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ସଦର ପଞ୍ଚାୟତ ସଦାନନ୍ଦପୁର ପଞ୍ଚାୟତର ବାଉଁଶମୁଖା ହରିଜନ ସାହିରେ ବସବାସ କରନ୍ତି ୬୦ ପରିବାରର ୪ ଶହରୁ ଅଧିକ ଲୋକ । ଏମାନଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ନଳକୂଅ । ଗୋଟିଏ ସୈର ଚାଳିତ ନଳକୂଅ ଓ ଗୋଟିଏ ଢାଙ୍କୁଣି ନଥିବା ପରିତ୍ୟକ୍ତ କୂଅ । କିନ୍ତୁ ଖରା ଦିନ ଆରମ୍ଭରୁ ଅଚଳ ହୋଇପଡିଛି ନଳକୂଅ । ବିଭିନ୍ନ କାରଣରୁ ବର୍ଷର ୮ ମାସ ବନ୍ଦ ରହେ ସୈର ଚାଳିତ ନଳକୂଅ ।

ଯାହା ଫଳରେ ଲୋକେ ଖୋଲାମୁହଁ ଥିବା କୂଅ ଉପରେ ନିର୍ଭର କରନ୍ତି । ଯାହା ଫଳରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଲାଗି ରହିଥାଏ । ୨ କୋଟି ଟଙ୍କା ବିନିମୟରେ ଗୋଟିଏ ଓଭରହେଡ ପାଣିଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଦୁଇ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡି ରହିଛି । ସପ୍ତାହେ ଭିତରେ ଯଦି ପାଣି ସମସ୍ୟା ଦୁର କରାନଯାଏ ତାହାହେଲେ ଆନେ୍ଦାଳନ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ