Masthead

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦର ଡାକରା ଦେଲା କଂଗ୍ରେସ । ଯାନବାହାନ ଚଳାଚଳ ବନ୍ଦ ରହିଥିବାେବେଳ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜୁଲାଇ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୪ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଗତ ୨୩ ତାରିଖରେ ୪ ଦଫା ଦାବି ନେଇ ମାଲକାନଗିରି ଜିଳ୍ଲାପାଳଙ୍କୁ ଅବଗତ କରିଥିଲେ କଂଗ୍ରେସ କମିଟି ।

ଦାବି ପୂରଣ ନହେବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ କମିଟି । ମାଲକାନଗିରି ଜିଲ୍ଲା ୨୭୭ଟି ଡାକ୍ତର ପଦବୀ ରହିଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୧୩୮ ଜଣ । ୩୦୦ଶଯ୍ୟା ବିଶିଷ୍ଟ ଜିଲ୍ଲା ସଦର ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ରହିଛି ୨୦୦ ଟି ବେଡ୍। କିଡନି ରୋଗୀଙ୍କ ଲାଗି ୨୦ ଟି ଡାୟଲିସିସ୍ ମେସିନ୍ ଲଗାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସେଠାରେ ରହିଛି ମାତ୍ର ୭ଟି ମେସିନ । ତିନି କିଲୋମିଟର ଦୁରରେ ରହିଛି ରକ୍ତ ଭଣ୍ଡାର ।

୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଇଡି କଲେଜ ବର୍ତ୍ତମାନ ସୁଦ୍ଧା କାର‌୍ୟ୍ୟକ୍ଷମ ହୋଇନାହିଁ । ୩୦ବର୍ଷ ତଳେ ଆଦିବାସୀ ଲୋକଙ୍କୁ ରାଜୀବ ଗାନ୍ଧୀ ବିଦ୍ୟୁତ ଜ୍ୟୋତି ଯୋଜନାରେ ମାଗଣା କରେଣ୍ଟ ଦିଆଯାଇଥିବା ବେଳେ ଟାଟା ପାୱାର କମ୍ପାନୀ ଏବେ ସେହି ଆଦିବାସୀ ଲୋକଙ୍କୁ ଲକ୍ଷାଧିକ ଟଙ୍କାର ବିଲ ଦେଇଛି । ଏହା ସହ ଯୁବକ ଯୁବତୀ ମାନଙ୍କ ବେରୋଜଗାର ଭିତ୍ତିକ ସମସ୍ୟାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା