ମାଟିରେ ମିଶିଲା ଟିମନ ସାମ୍ରାଜ୍ୟ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ମାଟିରେ ମିଶିଲା ଦୁର୍ଦ୍ଦାନ୍ତ ଅପରାଧୀ ଶ୍ରୀକାନ୍ତ କୁମ୍ଭାର ଓରଫ ଟିମନର ଘର ଓ ଆଡ୍ଡା । ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ଟିମନର ବେଆଇନ ନିର୍ମିତ ଆଳିଶାନ ବଙ୍ଗଳା ଧୂଳିସାତ୍ । ୨୨ ଡିସିମିଲ ଜାଗା ବେଆଇନ ଭାବେ ଅକ୍ତିଆର କରି ଘର ନିର୍ମାଣ କରିଥିଲା ଅପରାଧି ଟିମନ । ବେଆଇନ ନିର୍ମାଣ ସହ ଘରେ ଅପରାଧିକ କାର୍ଯ୍ୟ ପାଇଁ ଆଡ୍ଡା ଜମୁ ଥିବାରୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଅପରାଧିର ବେଆଇନ ଘର ଓ ନିର୍ମାଣ ବୋଲଡୋଜର ଲଗାଇ ଭାଙ୍ଗିଦେଇଛି ।

ବାରମ୍ବାର ଅପରାଧ ଘଟାଇ ଜେଲରେ ଥିବା ଟିମନର ଲର୍କିପାଳିର ଘର ଓ ବେଆଇନ ନିର୍ମାଣକୁ ଧ୍ଵଂସ କରାଯାଇଛି । ସେହିପରି ପଥରଚେପା ଠାରେ ଥିବା ବେଆଇନ ଘର ଓ ନିର୍ମାଣକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଏଠାରେ ମଧ୍ୟ ବେଆଇନ ଭାବେ ସରକାରୀ ଜାଗା ହାତେଇ ଘର ନିର୍ମାଣ କରି ଅପରାଧିକ ଆଡ୍ଡା ଚାଲିଥିଲା । ଲୁଟ, ଡକାୟତି, ଜମି ଜାଲିଆତି କରି ଲୋକଙ୍କ ଠାରୁ ବଟି ଆଦାୟ ଭଳି ଯୋଜନା ଏହିଠାରେ ସଙ୍ଗଠିତ ହେଉଥିଲା । ତେଣୁ ତାର ଅପରାଧିକ ସାମ୍ରାଜ୍ୟକୁ ଚୁରମାର କରି ଦେଇଛି ପୋଲିସ । ଜମି ଜାଲିଆତି ଘଟଣାରେ ଏବେ ଟିମନ ଜେଲରେ ଅଛି । ଏଯାଏ ପୋଲିସ ୫ ରୁ ଅଧିକ ଅପରାଧିର ବେଆଇନ ଘର ଓ ନିର୍ମାଣକୁ ଧ୍ଵଂସ କରିସାରିଲାଣି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ