Masthead

ଭାଇଭଉଣୀଙ୍କ ଭବିଷ୍ୟତ ପାଇଁ ମୂଲ ଲାଗିଲେ ବଡ ଭଉଣୀ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ) : ସମ୍ବଲପୁର ଜିଲ୍ଲା କିସିଣ୍ଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପାଠ ଛାଡି ମୂଲ ଲାଗି ପରିବାର ଚଳାଇଲେ ଝିଅ । ବାପା ମା ଛେଉଣ୍ଡ ମୋନାଲିସା ପ୍ରଧାନ ଓ ତାଙ୍କ ଦୁଇ ଭାଇଭଉଣୀ । ଏହି ତିନି ଜଣ ଭାଇଭଉଣୀଙ୍କ ପାଇଁ ଯେମିତି ସବୁ ଦିଗ ଅନ୍ଧାର ହୋଇଯାଇଛି । ବାପା ମାଙ୍କୁ ହରାଇବା ପରେ ତିନିଜଣଙ୍କ ପାଇଁ ଦିଓଳି ଦିମୁଠା ଖାଇବା ଦିବା ସପ୍ନ ଭଳି ମନେ ହେଉଛି । ପିତା ମାତାଙ୍କ ମୃତ୍ୟୁ ପରେ ଏହି ତିନି ଭାଇ ଭଉଣୀ କିସିଣ୍ଡାର ଫଟାମୁଣ୍ଡା ଠାରେ ଅଜାଙ୍କ ପାଖରେ ରହୁଛନ୍ତି । ଅଜା ବୃଦ୍ଧ ହୋଇଯିବାରୁ ରୋଜଗାର କରିବାରେ ଅସମର୍ଥ ଥିବାରୁ ଏବେ ନିଜ ଛୋଟ ଭାଇଭଉଣୀଙ୍କ ସହ ପରିବାର ଚଳାଇବାର ବୋଝ ଏବେ ମୋନାଲିସାଙ୍କ ଉପରେ ରହିଛି । ଯୁକ୍ତ ଦୁଇ ପଡିଥିବା ମୋନାଲିସା ଆଗକୁ ପଡିବା ପାଇଁ ଇଚ୍ଛା ଥିଲେ ବି ନିଜ ଭାଇଭଉଣୀଙ୍କ ଭବିଷ୍ୟତ ଗଡିବା ପାଇଁ ନିଜ ପାଠ ଛାଡି ମୂଲ ଲାଗୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାର ଗରିବ ଲୋକଙ୍କ ପାଖକୁ ପାଇଁ ବହୁ ଯୋଜନା କରିଛନ୍ତି ,ତେବେ ସେ ଯୋଜନା ସବୁ ସଠିକ କାଯ୍ୟକାରିତା ନହେବାରୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଏବେ ଦେଖିବାକୁ ରହିଲା ଅସହାୟ ଭାଇଭଉଣୀଙ୍କ ପାଖକୁ ପ୍ରଶାସନର ଦୄଷ୍ଟି ପଡୁଛି କେବେ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି