Masthead

ଓଡ଼ିଶା ଡ୍ରାଇଭର ମହାସଂଘକୁ ଅଲ ଓଡ଼ିଶା ଅଟୋ ମହାସଂଘର ବିରୋଧ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଡ୍ରାଇଭର ମହାସଂଘକୁ ବିରୋଧ କଲେ ଅଲ ଓଡ଼ିଶା ଅଟୋ ମହାସଂଘ । ଡ୍ରାଇଭର ମାନଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପ୍ରତିବାଦରେ ଓଡ଼ିଶା ଡ୍ରାଇଭର ମହାସଂଘ ମାର୍ଚ୍ଚ ୧୫ ତାରିଖରେ ଷ୍ଟିଅରିଂ ଛାଡ଼ ଡାକରା ଦେଇଛି । କିନ୍ତୁ ଏହାକୁ ବିରୋଧ କରିଛି ଅଲ୍ ଓଡ଼ିଶା ଅଟୋ ମହାସଂଘ । ଭୁବନେଶ୍ୱର ହାଇଟେକ୍ ମେଡିକାଲସ୍ଥିତ ସିରିଡ଼ି ସାଇ ମନ୍ଦିର ପ୍ରାଙ୍ଗଣରେ ଅଲ ଓଡ଼ିଶା ମିଳିତ ଅଟୋ ମହାସଂଘ ଏବଂ ଅଲ ଓଡିଶା ସଡ଼କ ପରିବହନ ସଂଘ ଏକ ମହାସମାବେଶ କରିଛନ୍ତି ।

ମାର୍ଚ୍ଚ ୧୫ରେ ଡ୍ରାଇଭର ମହାସଂଘ ଡ଼ାକିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସେମାନେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି । ମାର୍ଚ୍ଚ ମାସରେ ମେଟ୍ରିକ ପରୀକ୍ଷା, ଯୁକ୍ତ ଦୁଇ, ଯୁକ୍ତ ତିନି ଭଳି ଅନେକ ପରୀକ୍ଷା ରହିଛି । ଯଦି ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରନ୍ତି, ତେବେ ସାଧାରଣ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଅନେକ ଛାତ୍ରଛାତ୍ରୀ ମଧ୍ୟ ହଇରାଣ ହେବେ । ଏବଂ ଡ୍ରାଇଭର ମହାସଂଘ ଯେତେବେଳେ ଏହି ନିଷ୍ପତ୍ତି ନେଲେ ଅଟୋ ମହାସଂଘ ସାଙ୍ଗରେ ଆଲୋଚନା କରିନାହାନ୍ତି ବୋଲି କହିଛନ୍ତି ଅଟୋ ମହାସଂଘ । ଯଦି କୌଣସି ଡ୍ରାଇଭର ମହାସଂଘର ଭାଇ ମାନେ ଏହାକୁ ବିରୋଧ କରନ୍ତି ତେବେ ଅଲ ଓଡ଼ିଶା ମିଳିତ ଅଟୋ ମହାସଂଘ ଆଇନର ଆଶ୍ରୟ ନେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି