ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା

ଉଦଳା (ବଡ଼ ଖବର ବ୍ୟୁରୋ): ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା। ହକ୍‌ର ଟଙ୍କା ନମିଳିବାରୁ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ଶତାଧିକ ହିତାଧିକାରୀ । ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଅଞ୍ଚଳରୁ। ସୂଚନା ଅନୁସାରେ, କପ୍ତିପଦା ବ୍ଲକର ଶରତ ସମେତ ୯ଟି ପଞ୍ଚାୟତରେ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ସରକାରୀ ସ୍ତରରେ ଘୋଷଣା କରାଯାଇଥିବା ବର୍ଦ୍ଧିତ ଭତ୍ତା ଟଙ୍କା ବୃଦ୍ଧବୃଦ୍ଧାଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି ।

କେବଳ ସେତିକି ନୁହେଁ, କେତେକ ହିତାଧିକାରୀ ସରପଞ୍ଚମାନଙ୍କ ଉପରେ ସନ୍ଦେହ କରି ଅଭିଯୋଗ ଆଣିଥିଲେ ଯେ ସରପଞ୍ଚମାନେ ବାକି ଟଙ୍କା ରଖି ମାତ୍ର ହଜାରେ ଟଙ୍କା ଦେଉଛନ୍ତି । ତେବେ ସରପଞ୍ଚମାନେ ହିତାଧିକାରୀଙ୍କୁ ପ୍ରକୃତ ସତ୍ୟତା ବୁଝାଇବା ସହ ନିଜ ଆଡ଼ୁ ଦୋଷ ଛଡ଼ାଇବା ପାଇଁ ଆଜି ନିଜେ ହିତାଧିକାରୀଙ୍କ ସହ ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ସରପଞ୍ଚ ଓ ହିତାଧିକାରୀ ମିଶି ଶରତ ଛକରେ ବସି ରହିବାରୁ କପ୍ତିପଦା-କେଉଁଝର ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ଆନ୍ଦୋଳନରେ ଶରତ ସମେତ କଳମଗଡ଼ିଆ, ରାଣୀପୋଖରୀ, ନୋଟ, ଦେବାନବାହାଳୀ, ପଦ୍ମପୋଖରୀ, ରାମଚନ୍ଦ୍ରପୁର ଓ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ହିତାଧିକାରୀ ସାମିଲ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!